ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ: କିୱି ଦଳକୁ ୨୪୩ରନରେ ସୀମିତ ରଖି ଡ୍ରାଇଭର ସିଟରେ ଟିମ୍ ଇଣ୍ଡିଆ, ଭାରତ ଆଗରେ ୨୪୪ରନର ବିଜୟ ଲକ୍ଷ୍ୟ

ମହମ୍ମଦ ସାମୀଙ୍କୁ ୩, ଭୁବନେଶ୍ୱର କୁମାରଙ୍କୁ ୨ ୱିକେଟ୍

80

କନକ ବ୍ୟୁରୋ: ମାଉଣ୍ଟ ମାଙ୍ଗାନୁଇରେ ଚାଲିଥିବା ଭାରତ- ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିନିକିଆରେ ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇ ୪୯ ଓଭରରେ ୨୪୩ ରନ୍ କରି ଅଲ୍-ଆଉଟ୍ ହୋଇଛି। ଭାରତ ସାମ୍ନାରେ ୨୪୪ ରନର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲ୍ୟାଣ୍ଡ। ଭାରତୀୟ ବ୍ୟାଟସମ୍ୟାନଙ୍କ ଲାଗି ଏହି ଲକ୍ଷ୍ୟ ହାସଲ ବିଶେଷ ଅସୁବିଧା କରିବ ନାହିଁ। ଭାରତ ଲାଗି ମ୍ୟାଚ ଜିଣି ସିରିଜ ହାତେଇବାର ଭରପୂର ସୁଯୋଗ ରହିଛି।

 

ସିରିଜରେ ୨-୦ରେ ପଛୁଆ ଥିବା ନ୍ୟୁଜିଲ୍ୟାଣ୍ଡ ଦଳ ଏହି ମ୍ୟାଚ୍ ଜିତି ସିରିଜକୁ ଫେରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇ ଥିଲା। ମାତ୍ର ଭାରତୀୟ ବୋଲର୍ ନ୍ୟୁଜିଲ୍ୟାଣ୍ଡକୁ ଆରମ୍ଭରୁ ଝଟକା ଦେଇଥିଲେ । ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ଉଇକେଟ୍ ନେଇଥିବା ବେଳେ ମହମ୍ମଦ ସାମୀ ୩ଟି ଉଇକେଟ୍ ହାସଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡର ରସ ଟେଲର (୯୩) ଓ ଟମ୍ ଲଥାମ (୫୧)ଙ୍କୁ ଛାଡ଼ିଦେଲେ ଅନ୍ୟ ବ୍ୟାଟସମ୍ୟାନ୍ କ୍ରିଜରେ ତିଷ୍ଠି ରହି ପାରି ନ ଥିଲେ। ଫଳରେ ନ୍ୟୁଜିଲ୍ୟାଣ୍ଡ ୨୪୩ ରନ୍ କରି ଅଲ୍-ଆଉଟ୍ ହୋଇଥିଲା।

ଅନ୍ୟପକ୍ଷରେ ଏକ ଟିଭି ସୋ’ରେ ବିବାଦୀୟ ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା ପାଣ୍ଡ୍ୟା ତୃତୀୟ ଦିନିକିଆରେ ଦଳରେ ସାମିଲ ହୋଇ ଭଲ ପ୍ରଦର୍ଶନ (୨/୪୫) କରିଛନ୍ତି। ସେହିପରି ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ରାମ ଦିଆଯାଇଛି ଓ ତାଙ୍କ ସ୍ଥାନରେ ୱିକେଟ୍‌ ରକ୍ଷଣ କରୁଛନ୍ତି ଦିନେଶ କାର୍ତ୍ତିକ ।