ସଲମାନଙ୍କ ପାଇଁ ଅଟକି ଗଲା ଅଭିଷେକଙ୍କ ସିନେମା !

1

କନକ ବ୍ୟୁରୋ : ସଲମାନ୍ ଖାନ୍ ଏବଂ ଅଭିଷେକ୍ ବଚ୍ଚନଙ୍କ ମଧ୍ୟରେ ଥିବା ତିକ୍ତତା କାହାକୁ ବି ଅଛପା ନାହିଁ । ଏବେ ଉଭୟଙ୍କୁ ନେଇ ଆଉ ଏକ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ସଲମାନଙ୍କ ପାଇଁ ଅଟକି ଯାଇଛି ଅଭିଷେକଙ୍କ ସିନେମା  ।

ସୂଚନା ଅନୁସାରେ, ଅଭିଷେକ ବଚ୍ଚନଙ୍କୁ ନେଇ ନିର୍ଦ୍ଦେଶକ ପ୍ରଭୁ ଦେବା ‘ଲେଫ୍ଟି’ ଟାଇଟଲରେ ଏକ ସିନେମା ତିଆରି କରୁଛନ୍ତି । ଏହାର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ମଧ୍ୟ କୁହାଯାଉଥିଲା । ହେଲେ ଏହା ଭିତରେ ସଲମାନ୍ ଖାନ୍ ତାଙ୍କର ଆଗାମୀ ସିନେମା ‘ଦବଙ୍ଗ-୩’ର ନିର୍ଦ୍ଦେଶନା ଦେବାକୁ ପ୍ରଭୁଦେବାଙ୍କୁ ଅଫର୍ ଦେଲେ । ଏହା ଫଳରେ ଅଭିଷେକଙ୍କ ସିନେମା କାମ ଛାଡି ସେ ଏବେ ସଲମାନଙ୍କ ସିନେମା କାମରେ ମନ ଦେଇଛନ୍ତି । ଏଣୁ ଅଟକିଥିବା ଅଭିଷେକଙ୍କ ‘ଲେଫ୍ଟି’ର କାମ କେବେ ଆରମ୍ଭ ହେବ ତାହା ଜଣାପଡ଼ୁନାହିଁ।

Comments are closed.