ଖାଲି ପେଟରେ ଖାଆନ୍ତୁ ନାହିଁ କି ପିଅନ୍ତୁ ନାହିଁ ଏହି ସବୁ ଖାଦ୍ୟ-ପାନୀୟ!
ଖାଦ୍ୟରେ ବାଛ ବିଚାର ନ ରଖି ସବୁ ଖାଇବା ଉତ୍ତମ ବ୍ୟକ୍ତର ଲକ୍ଷଣ। ମାତ୍ର ଭୁଲ୍ ସମୟରେ ଭୁଲ୍ ଖାଦ୍ୟ ଖାଇବା ଅର୍ଥାତ ରୋଗକୁ ବରଣ କରିବ। ଏପରି କିଛି ଖାଦ୍ୟ ଅଛି ଯାହାକୁ ଆଦୌ ଖାଲି ପେଟରେ ଖାଇବା ଅନୁଚିତ।
Kanak News is now on WhatsApp
Join and get latest news updates delivered to you via WhatsApp
-ପେଟ୍ ଖାଲି ଥିବା ସମୟରେ ସେଓ, ଆମ୍ବ, କାକୁଡ଼ି, ଆଦି ଫଳ ଖାଆନ୍ତୁ ନାହିଁ। ଖାଲି ଫେଟରେ ଏସବୁ ଖାଇଲେ ଗ୍ୟାସ୍ ହୋଇଥାଏ।
-ଖାଲି ପେଟରେ ତୈଳ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କୌଣସି ପ୍ରକାର ତୈଳଯୁକ୍ତ ଖାଦ୍ୟ ଖାଇବାର ୧୫ ମିନିଟ୍ ପୂର୍ବରୁ ଅନ୍ତତ ପାଣି ଗୋଟେ ଗ୍ଲାସ୍ ପିଇ ନିଅନ୍ତୁ।
-ଖାଲି ପେଟରେ କ୍ଷୀର ଓ କ୍ଷୀର ଜାତୀୟ କୌଣସସି ଖାଦ୍ୟ ନ ଖାଇବାକୁ ମଧ୍ୟ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଏହା ମଧ୍ୟ ଗ୍ୟାସ୍ ସୃଷ୍ଟି କରାଇଥାଏ।
-ଖାଲି ପେଟରେ ଲେମ୍ବୁ ସରବତ୍ ପିଇବା ସବୁଠାରୁ ବଡ଼ ଭୁଲ୍। ଏହା ମସ୍ତିଷ୍କକୁ ଉଠିଗଲେ ସାଂଘାତିକ ହୋଇପାରେ।
-ଖାଲି ପେଟରେ ସବୁଜ ଚା’ ମଧ୍ୟ ପିଇବା ପାଇଁ ବାରଣ କରାଯାଇଛି।