କାଠମାଣ୍ଡୁରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ପୁରା କରିବେ ନରେନ୍ଦ୍ର ମୋଦି ! ଆଜି ପଶୁପତି ନାଥ ମନ୍ଦିର ପରିସରରେ ଉଦଘାଟିତ ହେବ ଭାରତ-ନେପାଳ ମୈତ୍ରୀ ଧର୍ମଶାଳା।

56

କନକ ବ୍ୟୁରୋ : ଦୁଇ ଦିନିଆ ନେପାଳ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଠମାଣ୍ଡୁରେ ଚତୁର୍ଥ ବିମସ୍ଟେକ ସମ୍ମିଳନୀରେ ସାମିଲ ହୋଇଛନ୍ତି । ସମ୍ମିଳନୀରେ ଆତଙ୍କବାଦ, ଡ୍ରଗ୍ସ ଚୋରାଚାଲାଣ, ସାଇବର କ୍ରାଇମ ଓ ବ୍ୟାପାର ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହେବ ।

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୭ଟି ଦେଶର ପ୍ରତିନିଧିଙ୍କ ସହ ସାକ୍ଷାତ କରିବା ସହ ନେପାଳ ପ୍ରଧାନମନ୍ତ୍ରୀ ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ଭେଟିଛନ୍ତି ମୋଦି । ବାଙ୍ଗଲାଦେଶ, ଭୁଟାନ, ମିଆଁମାର, ନେପାଳ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ ଓ ଭାରତର ପ୍ରତିନିଧିମାନେ ସମ୍ମିଳନୀରେ ଯୋଗ ଦେଇଛନ୍ତି । ସମ୍ମିଳନୀରେ ଭାରତ ଉଠାଇବ ଆତଙ୍କବାଦ ସମସ୍ୟା ପ୍ରସଙ୍ଗ ।ଦକ୍ଷିଣ ଏସୀୟ ଓ ଦକ୍ଷିଣପୂର୍ବ ଏସୀୟ ଦେଶ ଗୁଡିକ ମଧ୍ୟରେ ବୈଷୟିକ ଓ ଆର୍ଥିକ ସହଯୋଗ ସ୍ଥାପନ କରିବା ଏହି ସମ୍ମିଳନିର ମୂଳ ଲକ୍ଷ୍ୟ ରହିଛି । ଆଜି ଭାରତ ଓ ନେପାଳ ପ୍ରଧାନମନ୍ତ୍ରୀ ମିଳିତ ଭାବେ ପଶୁପତିନାଥ ମନ୍ଦିର ନିକଟରେ ଭାରତ-ନେପାଳ ମୈତ୍ରୀ ଧର୍ମଶାଳାର ଉଦଘାଟନ କରିବେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପଶିପତିନାଥ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସର୍ବସୁବିଧା ସଂପନ୍ନ ଧର୍ମଶାଳା ନିର୍ମାଣ ସଂକଳ୍ପ ନେଇଥିଲେ । ବାଜପେୟୀଙ୍କ ସ୍ୱପ୍ନକୁ ଆଜି ନରେନ୍ଦ୍ର ମୋଦି ପୁରା କରିବାକୁ ଯାଇଛନ୍ତି ।