ଆସନ୍ତା ୩ରୁ ଭୁବନେଶ୍ୱର-ଅହମ୍ମଦାବାଦ ମଧ୍ୟରେ ଉଡିବ ବିମାନ : ଇଣ୍ଡିଗୋ ଏୟାର ଲାଇନ ଆରମ୍ଭ କରିବ ସେବା

38

କନକ ବ୍ୟୁରୋ : ଭୁବନେଶ୍ୱରରୁ ଗୁଜୁରାଟର ଅହମ୍ମଦାବାଦକୁ ପ୍ରଥମକରି ଆରମ୍ଭ ହେବ ବିମାନ ସେବା । ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ଭୁବନେଶ୍ୱର-ଅହମ୍ମଦାବାଦ ମଧ୍ୟରେ ବିମାନ ଚଳାଚଳ କରିବ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଏହି ବିମାନସେବା ଆରମ୍ଭ କରାଯିବ । ସପ୍ତାହର ସୋମବାର, ବୁଧବାର ଓ ଶୁକ୍ରବାର ଏହି ସେବା ଉପଲବ୍ଧ ହେବ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଏହି ସୂଚନା ଦେଇଛନ୍ତି । ୬-ଇ୯୫୩ ବିମାନଟି ସକାଳ ୮ଟା ୫୫ ମିନିଟରେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ ।