ଜୀ ସାର୍ଥକରେ ନୂଆ ରୂପରେ ଆସୁଛି ମେଗା ଧାରାବାହିକ ‘ଆମ ଝିଲି’,ଦେଖନ୍ତୁ ଅଗଷ୍ଟ ୭ ତାରିଖରୁ ସନ୍ଧ୍ୟା ୭ଟାରେ

350

କନକ ବ୍ୟୁରୋ : ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକ ‘ଆମ ଝିଲି’ ଆସୁଛି ଏକ ନୂଆ ରୂପ ନେଇ ଯାହା ଚିତ୍ରଣ କରିବ ଚୁଲବୁଲି ଝିଲିର ଏକ ଅବିଶ୍ଵସନୀୟ ଯାତ୍ରାକୁ । ଝିଲି ଏକ ସ୍ନେହୀ, ଯତ୍ନଶୀଳ ଓ ସମସ୍ତଙ୍କ ପ୍ରିୟ ଝିଅ ଯିଏକି ଏକଦା ମିଠା ମହଲରେ ସମସ୍ତଙ୍କ ପ୍ରିୟ ଥିଲା । ସେ କେବଳ ଏକ ପରିବାରକୁ ଏକାଠି କରିନଥିଲା ବରଂ ଆଶ୍ଚର୍ଯ୍ୟ ଭାବରେ ପୁରା ପରିବାର ଉପରେ ଏକ ପ୍ରକାରର ଯାଦୁ ମଧ୍ୟ କରିଥିଲା । ଟିଙ୍ଗା ବାବୁ ସିଦ୍ଧାର୍ଥ ମହାପାତ୍ରକୁ ଏକ ଯତ୍ନଶୀଳ ଓ ସ୍ନେହୀ ସ୍ବାମୀ ଭାବରେ ପରିଣତ କରିଥିଲା । କିନ୍ତୁ ସମୟଚକ୍ରରେ ଝିଲିର ଭାଗ୍ୟ ପରିବର୍ତ୍ତନ ହୁଏ, ପୁରା ପରିବାର ଏବଂ ସିଦ୍ଧାର୍ଥ ମଧ୍ୟ ପରିସ୍ଥିତରେ ପଡି ଏକ ପାରିବାରିକ ଷଡଯନ୍ତ୍ରର ଶିକାର ହୁଅନ୍ତି ଏବଂ ଝିଲି ଉପରେ ସେମାନଙ୍କର ବିଶ୍ୱାସ ହରାନ୍ତି । ଏକଦା ଅନ୍ଧଭାବରେ ଭଲପାଉଥିବା ମହାପାତ୍ର ପରିବାର ଠାରୁ ବିଦାୟ ନିଏ ଝିଲି କିନ୍ତୁ ଶପଥ କରିଯାଏ ଯେ ଖୁବ ଶୀଘ୍ର ଫେରିବ ଏବଂ ଷଡଯନ୍ତ୍ର ପଛରେ ଥିବା ମନ୍ଦ ଶକ୍ତିଗୁଡ଼ିକର ମୁଖା ସମସ୍ତଙ୍କ ଆଗରେ ଖୋଲିବ ।

ସମୟ ଅତିବାହିତ ହେଇଛି ଏବଂ ମାତ୍ର ଗୋଟିଏ ବର୍ଷରେ ମହାପାତ୍ର ପରିବାର ଧ୍ୱଂସ ମୁଖରେ ଅଛି । ତେବେ ଝିଲି ପୁଣି ପ୍ରତ୍ୟାବର୍ତ୍ତନ କରିଛି ଏକ ନୂଆ ଅବତାରରେ । ଏକଦା ସାଇକେଲରେ ମିଠା ବିକ୍ରି କରୁଥିବା ଝିଅ ବର୍ତ୍ତମାନ ନିଜେ ଏକ ବଡ଼ ମିଠା ଦୋକାନର ମାଲିକ । ଯଦିଓ ଝିଲିର କୌତୁକିଆ ମନୋଭାବ ଏବଂ ଆକସ୍ମିକ ଭୁଲ୍ ଭାଲ୍ ଇଂରାଜୀ କହିବାରେ କିଛି ଅଧିକ ପରିବର୍ତ୍ତନ ହୋଇନାହିଁ, ହେଲେ ବର୍ତ୍ତମାନ ସେ ଦୃଷ୍ଟିକୋଣରେ ଅଧିକ ଆତ୍ମବିଶ୍ୱାସୀ ଏବଂ ସଂକଳ୍ପବଦ୍ଧ ।

ହେଲେ ପୁଣିଥରେ ଭାଙ୍ଗିଯାଇଥିବା ମହାପାତ୍ର ପରିବାରକୁ ଝିଲି ନିଜର ଭଲ ପାଇବା, ପ୍ରେମ,ନିଷ୍ଠା ଓ ବିଶ୍ୱାସ ବଳରେ ଗଢି ତୋଳିବାରେ ସଫଳ ହେବ ତ ? ସେ ତା’ର ଟିଙ୍ଗା ବାବୁ ମାନେ ସିଦ୍ଧାର୍ଥକୁ ଫେରିପାଇବ ତ ? ଏମିତି ବହୁ ସମାହିତ ପ୍ରଶ୍ନର ଉତ୍ତର ନେଇ ଝିଲି ଜୀବନର ଦ୍ୱିତୀୟ ଅଧ୍ୟାୟ ଆରମ୍ଭ ହେଉଛି । ଦେଖନ୍ତୁ ପ୍ରଦ୍ୟୁମ୍ନ ଲେଙ୍କା ପ୍ରଯୋଜିତ ‘ଆମ ଝିଲି’, ଆରମ୍ଭ ହେଉଛି ଅଗଷ୍ଟ ୭ରୁ ପ୍ରତ୍ୟେକ ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୭ରୁ କେବଳ ଓଡ଼ିଶାର ଏକ ନମ୍ବର ମନୋରଂଜନ ଚ୍ୟାନେଲ ଜୀ-ସାର୍ଥକରେ ।

ଧାରାବାହିକ ‘ଆମ ଝିଲି’ର ମୁଖ୍ୟ ଚରିତ୍ର ଝିଲି ଚରିତ୍ରରେ ନିକିତା ମିଶ୍ର ଥିବା ବେଳେ ସିଦ୍ ଚରିତ୍ରରେ ଅମର ଛିଂଚନୀ ଅଛନ୍ତି, ଜେଜେ ଭୂମିକାରେ ଅନ୍ତର୍ୟାମୀ ପଣ୍ଡା ଓ ଜେଜେମା ଭୂମିକାରେ ପ୍ରଭାତୀ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛନ୍ତି । ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ, “ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ । ଆମ ଧାରାବାହିକ ଗୁଡିକର ପ୍ରତ୍ୟେକ ଚରିତ୍ର ହେଉଛି

ନୂତନ ଉଦୀୟମାନ ଓଡିଆ ମହିଳାମାନଙ୍କର ପ୍ରତିଫଳନ, ଯେଉଁମାନେ ନିଜର ତଥା ନିଜ ପରିବାରର ସ୍ୱପ୍ନକୁ ସାକାର କରିବାରେ ସର୍ବଦା ଚେଷ୍ଟାରତ । ‘ଆମ ଝିଲି’ର ଚରିତ୍ର ମଧ୍ୟ ସେହିପରି ଯିଏ ନିଜର ଓ ନିଜ ପରିବାର ପାଇଁ ଦେଖିଥିବା ସ୍ବପ୍ନକୁ ସାକାର କରିବାପାଇଁ ସମସ୍ତ ପଦକ୍ଷେପ ନେଇଛି ତେଣୁ ‘ଆମ ଝିଲି’ ଧାରାବାହିକ ମାଧ୍ୟମରେ ଝିଲି ପୁଣି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆମର ଆଶା” ।