ମହଙ୍ଗା ପଡ଼ିଲା ଜନ୍ମଦିନ ପାଳନ : ନିମୟ ଉଲ୍ଲଂଘନ କରି ଗିରଫ ହେଲେ ୟୁଟ୍ୟୁବର ପାଇଲଟ ଗୌରବ ତାନେଜା

171

କନକ ବ୍ୟୁରୋ : ମହଙ୍ଗା ପଡ଼ିଲା ଜନ୍ମଦିନ ପାଳନ । ନିମୟ ଉଲ୍ଲଂଘନ କରି ଗିରଫ ହେଲେ ୟୁଟ୍ୟୁବର ପାଇଲଟ ଗୌରବ ତାନେଜା । ଗୌରବ ଉତ୍ତରପ୍ରଦେଶର ନୋଏଡ଼ାସ୍ଥିତ ଆକ୍ୟୁ ଲାଇନର ସେକ୍ଟର ୫୧ ମେଟ୍ରୋ ଷ୍ଟେସନରେ ନିଜ ପ୍ରଶଂସକମାନଙ୍କ ସହ ଜନ୍ମଦିନ ପାର୍ଟି ଆୟୋଜନ କରିଥିଲେ । ଫଳରେ ଜନ୍ମଦିନ ପାର୍ଟି ପାଇଁ ଲମ୍ବା ଧାଡ଼ି ଏବଂ ଟ୍ରାଫିକ ଜାମ୍ ହୋଇଥିଲା ଏବଂ ସେଠାରେ ଦଳାଚକଟା ଭଳି ପରିସ୍ଥିତି ମଧ୍ୟ ରହିଥିଲା ।

ଏହି ଘଟଣାରେ ଶନିବାର ନୋଏଡ଼ା ପୋଲିସ ଗୈାରବ ତାନେଜାଙ୍କୁ ଗିରଫ କରିଛି । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଁଚିଥିଲା । ସହରରରେ ୧୪୪ ଧାରା ଲାଗିଥିବାବେଳେ ଏହାକୁ ଉଲ୍ଲଘଂନ କରିବାରୁ ପ୍ରଥମେ ଅଟକ ଓ ପରେ ଗିରଫ ହୋଇଛନ୍ତି ୟୁଟ୍ୟୁବର ପାଇଲଟ ଗୌରବ ତାନେଜା । ଜନ୍ମଦିନ ପାର୍ଟି ବିଷୟରେ ପୋଲିସ ପାଖେ କୈାଣସି ସୂଚନା ନଥିଲା ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି । ଗୈାରବ ୟୁଟ୍ୟୁବ ଚ୍ୟାନେଲ ଫ୍ଲାଇଙ୍ଗ ବିଷ୍ଟର ସାତ ମିଲିୟନରୁ ଅଧିକ ସବସ୍କ୍ରାଇବର ଅଛନ୍ତି । ଏହା ସହ ଇନଷ୍ଟାଗ୍ରାମରେ ଗୈାରବଙ୍କର ୩.୩ ମିଲିୟନ ଫଲୋଅର ଅଛନ୍ତି ।