ଏହି ଏୟାରଲାଇନ ଆଣିଲା ଚକିତ କରିଦେବା ଭଳି ଅଫର । ମାତ୍ର ୨୬ ଟଙ୍କାରେ କରନ୍ତୁ ବିଦେଶ ଭ୍ରମଣ

375

କନକ ବ୍ୟୁରୋ : ଆପଣ ବିଦେଶ ଭ୍ରମଣ କରିବାକୁ ଚାହୁଁଛନ୍ତି ହେଲେ ବିମାନ ଟିକେଟର ମୂଲ୍ୟ ଦେଖିବା ପରେ ଆପଣ ଏଥିରୁ ଓହୁରି ଆସୁଛନ୍ତି ତେବେ ଆପଣଙ୍କ ପାଇଁ ଏବେ ଶସ୍ତାରେ ବିଦେଶ ଭ୍ରମଣ କରିବାର ସୁଯୋଗ ଆଣିଛି ଏହି ଏୟାର ଲାଇନ୍ସ । କାରଣ ଏହି ଏୟାର ଲାଇନ୍ସ ଘୋଷଣା କରିଛି କି ଏକ ନିର୍ଦ୍ଧିଷ୍ଠ ସ୍ଥାନ ଭ୍ରମଣ କରିବାକୁ ଆପଣଙ୍କୁ ବିମାନ ଟିକେଟ ବାବଦରେ ମାତ୍ର ୨୬ ଟଙ୍କା ଦେବାକୁ ପଡିବ ।

ଏଭଳି ଶସ୍ତା ଅଫର ଆଣିଛି ଭିଏତନାମର ଭିଏତଜେଟ ଏୟାର ଲାଇନ୍ସ । କମ୍ପାନୀ ଭିଏତନାମ ମୁଦ୍ରାରେ ମାତ୍ର ୯ ଭିଏତନାମୀ ଡୋଗ ଅର୍ଥାତ ଭାରତୀୟ ମୁଦ୍ରାରେ ୨୫ ରୁ ୩୦ ଟଙ୍କାରେ ଏହି ଟିକେଟ ଦେବାକୁ ଘୋଷଣା କରିଛି । ଏୟାର ଲାଇନ୍ସର ଏହି ଅଫର ସମସ୍ତ ଡୋମେଷ୍ଟିକ ଓ ଇଣ୍ଟରନ୍ୟାସନାଲ ରୁଟର ଫ୍ଲାଇଟ ପାଇଁ ଘୋଷଣା କରିଛି ।

ଏୟାର ଲାଇନ୍ସର ଘୋଷଣା ମୁତାବକ ଏହି ଟିକେଟ ଆପଣଙ୍କୁ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଆପଣ ୨୦୨୩ ମାର୍ଚ୍ଚର୍ ୨୬ ତାରିଖ ପରେ ଯେ କୌଣସି ତାରିଖରେ ଭ୍ରମଣ କରିବା ପାଇଁ ସିଲେକ୍ଟ କରିପାରିବେ । ହେଲେ ଭାରତୀୟ ଯାତ୍ରୀଙ୍କ ପାଇଁ ଏହି ଅଫର ସେପ୍ଟେମ୍ବର ମାସରୁ ଆରମ୍ଭ ହେବ । ଆପଣ ଦିଲ୍ଲୀ କିମ୍ବା ମୁମ୍ବାଇରୁ ଭିଏତନାମର ହନୋଇ, ହୋ ଚି ମିହ୍ନ ସିଟି ଭ୍ରମଣ ପାଇଁ ଟିକେଟ କରିପାରିବେ ।

କହିରଖୁ କି ଭିଏତଜେଟ କମ୍ପାନୀ ଏବେ ଏବେ ଭାରତରେ ୫ ଟି ଇଣ୍ଟରନ୍ୟାସନାଲ ରୁଟରେ ବିମାନସେବା ଆରମ୍ଭ କରିଛି । ଏଥିରେ ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ ଓ ବେଙ୍ଗାଲୋରକୁ ଡା, ନାଂଗ ସହର ସହ ଯୋଡା ଯାଇଛି ।