ବର୍ଷକୁ ୨ଟି ଫ୍ରି ସିଲିଣ୍ଡର ଦେବେ ଯୋଗୀ ସରକାର, ଦୀପାବଳିଠାରୁ ହେବ ଶୁଭାରମ୍ଭ ।

1,269

କନକ ବ୍ୟୁରୋ: ଏଥର ଉତ୍ତରପ୍ରଦେଶବାସୀଙ୍କୁ ଦୀପାବଳି ଉପଲକ୍ଷେ ଉପହାର ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାର ଅର୍ଥ , ସିଲିଣ୍ଡରର ମୂଲ୍ୟ ଟଙ୍କାକୁ ଗ୍ରାହକଙ୍କ ଆକାଉଣ୍ଟକୁ ପଠାଇଦିଆଯିବ । ଲକ୍ଷେ୍ନøରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଏବେଠାରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କଲେଣି ବିଭିନ୍ନ ଦଳ । ଏହି କ୍ରମରେ ବିଜେପି କରିଛି ବଡ ଘୋଷଣା । ବର୍ଷକୁ ଏଲପିଜି ଗ୍ରାହକଙ୍କୁ ଦୁଇଟି ସିଲିଣ୍ଡର ଫ୍ରିିରେ ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ରାଜ୍ୟରେ ମୋଟ ୭୫ ଲକ୍ଷ ଉଜ୍ୱଳା ଯୋଜନା କନେକ୍ସନ୍ ରହିଛି । ଏଥର ଦୀପାବଳିକୁ ପ୍ରଥମ ଥର ପାଇଁ ମାଗଣା ସିଲିଣ୍ଡରର ଅର୍ଥ ହିତାଧିକାରୀଙ୍କ ଆକାଉଣ୍ଟକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ପଠାଯିବ ।