ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା : ହୋଟେଲର ସିସିଟିଭି ଫୁଟେଜ ଡିଲିଟ ହୋଇଥିବା ସୂଚନା

237

କନକ ବ୍ୟୁରୋ : ୨୮ ଦିନ ପରେ ବି ଖୋଲୁନି ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ । ହୋଟେଲ ଅନୁରାଗର ମ୍ୟାନେଜର ସହ ୧୪ଜଣଙ୍କୁ ଜେରା କରିସାରିଲେଣି ଏଚଆରପିସି ଡିଏସ୍ପି ବନିତା ମାଝି । ଅଭିଯୋଗ ଆଧାରରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ କି ନାହିଁ ପ୍ରଶ୍ନରେ ଏସପି ମିତ୍ରଭାନୁ କହିଛନ୍ତି, ମାମଲାରେ ଯେଉଁମାନଙ୍କ ସଂପୃକ୍ତି ଆସିବ ସେମାନଙ୍କୁ ଆଇନ ଅନୁଯାୟୀ ଜେରା କରାଯିବ ।

ଅନୁରାଗ ହୋଟେଲର ସିସିଟିଭି ଫୁଟେଜ ଡିଲେଟ ହୋଇଥିବାରୁ ରିକଭରି ପାଇଁ ପ୍ରୟାସ କରାଯାଉଥିବା କହିଛନ୍ତି । ରକଭରିରୁ ତଦନ୍ତକାରୀ ଅଧିକାରୀଙ୍କୁ ସୁରାକ ମିଳିପାରେ ବୋଲି ଅନୁମାନ କରାଯାଉଛି । ସେହିପରି ସୁସ୍ମିତା ସମାନ ଦିନରେ ଷ୍ଟେସନ ନିକଟସ୍ଥ ଦୁଇଟି ହୋଟେଲ ରାଧିକା ରିଜେନ୍ସି ଓ ଅନୁରାଗରେ ରୁମ୍ ବୁକିଂ କରିଥିବା ହୋଟେଲ ରେଜିଷ୍ଟରରକୁ ଜଣାପଡ଼ିଥିବା କହିଛନ୍ତି ଏସପି ।