ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ ନେଇ ପ୍ରତିକ୍ରିୟା ରଖିଲେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା, ଆଦିବାସୀଙ୍କ ବିକାଶକୁ ନେଇ କହିଲେ ଏଭଳି କଥା

402

କନକ ବ୍ୟୁରୋ : ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଆଦିବାସୀଙ୍କ ବଡ ନେତା କୁହାଯାଉଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା । ଆଦିବାସୀଙ୍କ ପାଇଁ ଦ୍ରୌପଦୀଙ୍କ ଠାରୁ ସେ ଢେର ଅଧିକ କାମ କରିଥିବା କହିଛନ୍ତି ଯଶୱନ୍ତ ସିହ୍ନା । ପିଟିଆଇ ନ୍ୟୁଜ ଏଜେନ୍ସିକୁ ପ୍ରତିକ୍ରିୟା ଦେଇ ଯଶୱନ୍ତ ସିହ୍ନା କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି କିନ୍ତୁ ସମ୍ପ୍ରଦାୟ ପାଇଁ ସେ କଣ କରିଛନ୍ତି, ଏପରିକି ଝାଡଖଣ୍ଡର ରାଜ୍ୟପାଳ ଥିବା ସମୟରେ ସେ ଆଦିବାସୀ ସମ୍ପ୍ରଦାୟ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଯଶୱନ୍ତ ସିହ୍ନା । ତେବେ ପ୍ରଶ୍ନ ହେଉଛି ଯେ, ରାଜନୀତିରେ ତାଙ୍କର ବିଚାରଧାରା କଣ ରହିଛି ବୋଲି କହିଛନ୍ତି ବିରୋଧୀ ଦଳ ଏନଡିଏ ପ୍ରାର୍ଥୀ । ଏପରିକି କୌଣସି ସମ୍ପ୍ରଦାୟରେ ଜନ୍ମ ହେଲେ ଆପଣ ଆପେ ଆପେ ସେହି ସମ୍ପ୍ରଦାୟର ହିରୋ ପାଲଟି ଯିବେ ନାହିଁ ବୋଲି କହିଛନ୍ତି ଯଶୱନ୍ତ ସିହ୍ନା ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପାୟୀଙ୍କ ନେତୃତ୍ୱରେ ସେ ବିଜେପିରେ କାମ କରିଥିବା ପାଇଁ ଗର୍ବିତ । ଏପରିକି ଅର୍ଥମନ୍ତ୍ରୀ ଥିବା ସମୟରେ ସେ ପ୍ରତିବର୍ଷ ବଜେଟରେ ପଛୁଆ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରଖିଥିଲେ  । ଏଥିପାଇଁ ସେ, ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆଦିବାସୀଙ୍କ ପାଇଁ ଅଧିକ କାମ କରୁଥିବା କହିଛନ୍ତି ଯଶୱନ୍ତ ସିହ୍ନା । ଏପରିକି କେବଳ ଆଦିବାସୀ ସମ୍ପ୍ରଦାୟରେ ଜନ୍ମ ହେବା ବ୍ୟତିତ ସେ ଆଦିବାସୀଙ୍କ ବିକାଶ ପାଇଁ ଅଧିକ କାମ କରିଥିବା କହିଛନ୍ତି ଯଶୱନ୍ତ ସିହ୍ନା । ପିଟିଆଇ ନ୍ୟୁଜ ଏଜେନ୍ସିକୁ ପ୍ରତିକ୍ରିୟା ଦେଇ ଏହି ମନ୍ତବ୍ୟ ରଖିଛନ୍ତି ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା ।

ସେପଟେ ପିଟିଆଇ ସହିତ କଥାବାର୍ତ୍ତା ବେଳେ ୮୪ ବର୍ଷିୟ ୟଶବନ୍ତ ସିହ୍ନା କହିଛନ୍ତି କି ଚଳିତ ରାଷ୍ଟ୍ରପତି ନିର୍ବାଚନ ପରିଚୟକୁ ନେଇ ନୁହେଁ ବରଂ ବିଚାରଧାରା ମଧ୍ୟରେ ଲଢେଇ ହେବ । ସେ କହିଛନ୍ତି କି ପ୍ରର୍ଥୀ ମୁର୍ମୁ କି ସିହ୍ନାକୁ ନେଇ ପ୍ରଶ୍ନ ଉଠୁନାହିଁ , ବରଂ ଏହାକୁ ନେଇ ପ୍ରଶ୍ନ ଉଠୁଛି କି କିଏ କେଉଁ ବିଚାରଧାରାର ପ୍ରତିନିଧିତ୍ୱ କରୁଛି । ସେ ଦେଶର ଲୋକତାନ୍ତ୍ରିକ ମୂଲ୍ୟ ସପକ୍ଷରେ ଠିଆ ହୋଇଛନ୍ତି ବୋଲି କହିଛନ୍ତି ।