ଗାଁ ଦାଣ୍ଡରେ ବୁଲିଲା ଖଟ । ଗୁଣିଆ ନିର୍ଦ୍ଦେଶରେ ବୁଲି ବୁଲି ଧରିଲା ଚନ୍ଦନ କାଠ ଚୋର

123

କନକ ବ୍ୟୁରୋ: ଗାଁ ଦାଣ୍ଡରେ ବୁଲିଲା ଖଟ । ଘରକୁ ଘର ବୁଲିିଲା ଖଟିଆ । ଗୁଣିଆ ନିର୍ଦ୍ଦେଶରେ ୪ଜଣ ଖଟକୁ ଧରି ଗାଁରେ ଦାଣ୍ଡରେ ବୁଲିଥିଲେ । ଯାହାକୁ ଦେଖିବାକୁ ଗାଁଦାଣ୍ଡରେ ଭିଡ଼ ଲଗାଇଥିଲେ ଶହ ଶହ ଲୋକ । ଡିଜିଟାଲ ଯୁଗରେ ବି ଅନ୍ଧବଶ୍ୱାସର ବଶବର୍ତ୍ତୀ ହୋଇ ଚୋର ଧରିବାକୁ ଏଭଳି ପନ୍ଥା ଆପଣାଉଛନ୍ତି ଲୋକେ । କଟକ ନରସିଂହପୁର ଥାନା ଅଧିନ ନିମସାହିଁ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା ।

ଖଟକୁ ଧରି ୪ଜଣ ଲୋକ ଗାଁ ବୁଲାଇଥିଲ । ଗାଁର ୨ଜଣଙ୍କ ଘର ସାମ୍ନାକୁ ଯାଇଥିଲା ଖଟ । ଶେଷରେ ଖଟ ଚୋର ଧରିଥିବା ନେଇ ଚର୍ଚ୍ଚା ହେଉଛି । ସେହି ୨ଜଣ ବ୍ୟକ୍ତି ଗଛ ଚୋରୀରେ ସଂପୁକ୍ତି ରହିଥିବା ଜାଣିବା ପରେ ଗାଁରେ କିଛି ସମୟ ପାଇଁ ଉତେଜନା ଦେଖାଦେଇଥିଲା । ନଭେମ୍ବର ୨୫ ତାରିଖରେ ନିମସାହି ଗାଁ ତୋଟାରୁ ଏକ ବଡ଼ ଚନ୍ଦନ ଗଛ ଚୋରି ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ । ଗାଁ ଲୋକ ଏନେଇ ନରସିଂହପୁର ଥାନାରେ ଅଭିଯୋଗ କରିଥିଲେ । ଘଟଣାକୁ ମାସେ ବିତି ଯାଇଥିଲେ ବି ପୋଲିସ ଚୋରକୁ ଧରିନାହିଁ । ପୋଲିସର ନିଷ୍କ୍ରିୟତା ଯୋଗୁଁ ଗାଁ ଲୋକ ମାଣିଆବନ୍ଧର ଗୁଣିଆକୁ ଡାକିଥିଲେ । ୨ ଦିନ ପୂଜାର୍ଚ୍ଚନା ହେବା ପରେ ଗୁଣିଆଙ୍କ ଆଦେଶରେ ଗାଁରେ ବୁଲିଥିଲା ଖଟ ।