ବିଧାୟକଙ୍କୁ ଚାପୁଡା ମାରିଲେ ମହିଳା । ବନ୍ୟା ପ୍ରଭାବିତ ଅଞ୍ଚଳ ଦେଖିବାକୁ ଆସିଥିଲେ ବିଧାୟକ

339

କନକ ବ୍ୟୁରୋ: ହରିୟାଣାର ଅନେକ ଜିଲ୍ଲା ଏବେ ବନ୍ୟା ଜଳରେ ବୁଡିଛି । କୈଥଲ ଯମୁନାନଗର, ପଞ୍ଚକୁଲା, ସମେତ ଏକାଧିକ ଜିଲ୍ଲାରେ ଆଲର୍ଟ ଜାରି ହୋଇଛି । କୈଥଲରେ ବନ୍ୟା ପୀଡିତଙ୍କ ସ୍ଥିତି ଦେଖିବାକୁ ଆସିଥିବା ବିଧାୟକଙ୍କୁ ଶକ୍ତ ଚାପୁଡା ମାରିଲେ ମହିଳା । ସେଠାକୁ କାହିଁକି ଆସିଛନ୍ତି ବୋଲି ରାଗି ପଚାରିବା ସହ ତାଙ୍କୁ ଚାପୁଡା ମାରିଥିଲେ । ଅବଶ୍ୟ ସେଠାରେ ଥିବା ପୁଲିସ କର୍ମୀ ମହିଳାଙ୍କୁ ସେଠାରୁ କାଢି ନେଇଥିଲେ ।

ସୂଚନା ମୁତାବକ, ଘଗର ନଦୀରେ ପ୍ରବଳ ବନ୍ୟା ଆସିଥିବାରୁ ଅଧିକାଂଶ ଜିଲ୍ଲାରେ ଲୋକେ ପାଣି ଘେରରେ ରହିଛନ୍ତି । ସେଠିକାର ସ୍ଥିତି ସମୀକ୍ଷା କରିବାକୁ ଯାଇଥିଲେ ବିଜେପି ସମର୍ଥିତ ଜେଜେପି ବିଧାୟକ ଈଶ୍ୱର ସିଂ । ବନ୍ୟା ପୀଡିତଙ୍କ ସହ କଥା ହେଉଥିବାବେଳେ ସେଠାରୁ ଆସିଥିଲେ ଜଣେ ବୟସ୍କ ମହିଳା ଏବଂ ବିଧାୟକଙ୍କୁ ଏକାଧିକ ଥର ଶକ୍ତ ଚାପୁଡା ମାରିଥିଲେ । ବିଧାୟକ କିନ୍ତୁ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ । ସେଠାକୁ କାହିଁକି ଆସିଛନ୍ତି ବୋଲି ଚିକ୍ରାର କରି କହିବା ସହ ବିଧାୟକଙ୍କୁ ଚାପୁଡା ମାରିଥିଲେ ମହିଳା । ସେଠାରୁ ଉପସ୍ଥିତି ପୁଲିସ କର୍ମୀ ମହିଳାଙ୍କୁ ଆୟତ୍ତ କରିନେଇଥିଲେ ।