ଭିଡିଓ ଦେଖୁଥିବାବେଳେ ହାତରେ ଫୁଟିଗଲା ମୋବାଇଲ: ଆଖି ବୁଜିଦେଲେ ତୃତୀୟ ଶ୍ରେଣୀର ଛାତ୍ରୀ

3,001

କନକ ବ୍ୟୁରୋ: ହାତରେ ଫୁଟିଲା ମୋବାଇଲ । ଆଖି ବୁଜିଦେଲେ ତୃତୀୟ ଶ୍ରେଣୀର ଛାତ୍ରୀ । ମୋବାଇଲରେ ଭିଡିଓ ଦେଖୁଥିବା ସମୟରେ ଅଚାନକ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ଡାକ୍ତର ଝିଅର ଜୀବନ ବଂଚାଇବାକୁ ସମର୍ଥ ହୋଇନଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେରଳର ଥ୍ରିସୁରରେ । ଏ ଘଟଣାରେ ମୃତ୍ୟୁବରଣ କରିଥିବା କୁନିଝିଅର ନାଁ ଆଦିତ୍ୟାଶ୍ରୀ । ଆଦିତ୍ୟାଶ୍ରୀ ଥିରୁଭିଲୱାମଲାରେ ଥିବା ଖ୍ରୀଷ୍ଟ ନ୍ୟୁ ଲାଇଫ୍ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢ଼ୁଥିଲେ । ଏ ଘଟଣାଟି ଏଥିପାଇଁ ଗୁରୁତ୍ୱ ରଖୁଛି, କାରଣ ପ୍ରତି ଘରେ କୁନିକୁନି ପିଲାମାନେ ମୋବାଇଲ ଦେଖିବାରେ ଅଭ୍ୟସ୍ତ ରହୁଛନ୍ତି । ପିଲାଙ୍କ ସଉକ କେମିତି ଗୋଟିଏ ଜୀବନ ନେଇପାରେ, କେବଳ ଏହି ଘଟଣାରୁ ସ୍ପଷ୍ଟ ଅନୁମାନ କରିହେଉଛି ।