କ୍ଷୀର ଦର ବୃଦ୍ଧିର ପ୍ରଭାବ: ଛେନା, ପନିର ଓ ଖୁଆର ଦର ବଢାଇଲା କଟକ ବ୍ୟବସାୟୀ ସଂଘ

874

କନକ ବ୍ୟୁରୋ: ମେ ପହିଲାରୁ କଟକରେ ବଢିବ ଦୁଗ୍ଧଜାତୀୟ ଦ୍ରବ୍ୟର ଦର । ଛେନା କିଲୋପ୍ରତି ୨୦ ଟଙ୍କା, ପନିର କିଲୋ ପ୍ରତି ୩୦ ଟଙ୍କା ଏବଂ ଖୁଆ କେଜି ପ୍ରତି ୬୦ ଟଙ୍କା ବଢିବ । ନିକଟରେ ଓମଫେଡ କ୍ଷୀର ଦର ବଢିଥିଲା । ଏହାକୁ ନଜରରେ ରଖି କଟକ ଜିଲ୍ଲା ଦୁଗ୍ଧ ବ୍ୟବସାୟୀ ସଂଘ ଏଭଳି ନିଷ୍ପତି ନେଇଛି । ଛେନା ୨୦ ଟଙ୍କା ବଢିବା ପରେ ଏହି ଦର କିଲୋପ୍ରତି ୧୭୫ଟଙ୍କାରୁ ବଢି ୧୯୫ଟଙ୍କା ହେବ । ପନିର ୨୨୫ ଟଙ୍କା ଥିବାବେଳେ ଏହା ବଢି ଏବେ ୨୫୫ଟଙ୍କା ହେବ । ଖୁଆ କେଜି ପୂର୍ବରୁ ୨୬୦ ଟଙ୍କା ଥିଲା ଏବେ ଏହା ୩୨୦ ଟଙ୍କା ହେବ ।