ମୋଦି ସାଙ୍ଗିଆ ମାମଲାରେ ଗୁଜରାଟ ହାଇକୋର୍ଟ ଗଲେ ରାହୁଲ ଗାନ୍ଧୀ: ତଳ କୋର୍ଟର ରାୟକୁ କଲେ ଚ୍ୟାଲେଞ୍ଜ

689

କନକ ବ୍ୟୁରୋ: ମୋଦୀ ସାଂଜ୍ଞା ବିବାଦ ମାମଲାରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସୁରଟ୍ ସେନସନ୍ କୋର୍ଟ ରହିତାଦେଶ ଆବେଦନ ଖାରଜ କରିବା ପରେ ଗୁଜୁରାଟ ହାଇକୋର୍ଟ ଯାଇଛନ୍ତି ରାହୁଲ ଗାନ୍ଧୀ । ସୁରଟ ସେସନ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାହୁଲ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ସୂଚନା ଦେଇଛନ୍ତି ରାହୁଲ ଗାନ୍ଧୀଙ୍କ ଓକିଲ ପଙ୍କଜ ଚାମ୍ବାନେରିଆ । ୨୦୧୯ରେ ରାହୁଲ ଗାନ୍ଧୀ, ମୋଦି ସାଂଜ୍ଞାକୁ ନେଇ ରଖିଥିବା ବୟାନକୁ ନେଇ ଅପରାଧିକ ମାନହାନୀ ମାମଲା ହୋଇଥିଲା । ଏହି ମାମଲାରେ ସୁରଟର ତଳ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଦଣ୍ଡାଦେଶ କରିଥିଲେ । ଫଳରେ ସ୍ୱାଭାବିକ ଭାବେ ତାଙ୍କ ସଦସ୍ୟତା ପଦ ରଦ୍ଧ ହୋଇଥିଲା । ୱାଇନାଡରୁ କଂଗ୍ରେସ ସାଂସଦ ଥିବା ରାହୁଲ ଗାନ୍ଧୀ ନିଜ ସଦସ୍ୟତା ପଦ ରଦ୍ଧ ହୋଇଥିଲା । ଏମିତି କି ଲୋକସଭା ସଚିବାଳୟ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ସରକାରୀ ବାସଭବନ ଛାଡ଼ିବାକୁ କୁହାଯାଇଥିଲା । ଏହି ନୋଟିସ୍ ପାଇବା ପରେ ଦିଲ୍ଲୀରେ ଥିବା ବଙ୍ଗଳା ଛାଡ଼ି ଦେଇଥିଲେ ।

ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସୁରଟ ତଳ କୋର୍ଟ ତାଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି । କଣ ଏହି ମାମଲା ଆସନ୍ତୁ ଜାଣିବା ।

ରାହୁଲଙ୍କୁ ଏବେ ହାଇକୋର୍ଟ ଭରସା
ମୋଦୀ ସାଙ୍ଗିଆ ମାମଲାରେ ହାଇକୋର୍ଟ ଗଲେ ରାହୁଲ
ସୁରଟ ସେସନ କୋର୍ଟରେ ରାହୁଲଙ୍କ ଆବେଦନ ଖାରଜ
ରାହୁଲଙ୍କୁ ଅଡୁଆ ମୋଦୀ ସାଙ୍ଗିଆ ମାନହାନୀ ମାମଲା
କର୍ଣ୍ଣାଟକରେ ନିର୍ବାଚନୀ ରାଲିରେ ବିବାଦୀୟ ଟିପ୍ପଣୀ କରିଥିଲେ
୨୦୧୯ ଅପ୍ରେଲ ୧୩ରେ କୋଲାର ସଭାରେ ଦେଇଥିଲେ ବୟାନ
ରାହୁଲ: ନୀରବ ମୋଦୀ, ଲଳିତ ମୋଦୀ, ନରେନ୍ଦ୍ର ମୋଦୀଙ୍କ ସାଙ୍ଗିଆ କାହିଁକି ସମାନ
‘ସବୁ ଚୋରଙ୍କ ସାଙ୍ଗିଆ ମୋଦୀ କାହିଁକି ହୋଇଥାଏ’
ବୟାନ ବିରୋଧରେ ସୁରଟ କୋର୍ଟରେ ମାମଲା ରୁଜୁ
ଅପରାଧିକ ମାନହାନୀ ମାମଲା କରିଥିଲେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ
ମୋଦୀ ସାଙ୍ଗିଆଧାରୀଙ୍କୁ ରାହୁଲ ଅପମାନିତ କରିଥିବା ଅଭିଯୋଗ
ଦୀର୍ଘ ୪ ବର୍ଷ ପରେ ଗତ ମାର୍ଚ୍ଚ ୨୩ରେ ସୁରଟ କୋର୍ଟ ଶୁଣାଇଲେ ରାୟ
ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ କଲେ
ଜନପ୍ରତିନିଧି ଆଇନ ଅନୁସାରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହେଲା
ତୁଗଲକ ଲେନରେ ଥିବା ସରକାରୀ ବାସଭବନ ଖାଲି କଲେ ରାହୁଲ
ଏତିକିରେ ସରିନି ପୂର୍ବତନ ସାଂସଦ ରାହୁଲ ଗାନ୍ଧୀଙ୍କ ଅଡୁଆ
୨ ବର୍ଷ ଜେଲଦଣ୍ଡ ଉପରେ ରୋକନଲାଗିଲେ ଲଢିପାରିବେନି ୨୦୨୪ ନିର୍ବାଚନ
କର୍ଣ୍ଣାଟକରେ ରାହୁଲଙ୍କ ମାମଲା ନିର୍ବାଚନୀ ପ୍ରସଙ୍ଗ ପାଲଟିଛି
ସ୍ଥାନୀୟ ସମସ୍ୟା ସହ ଓବିସିଙ୍କୁ ରାହୁଲଙ୍କ ଅପମାନ ଦେବା ପ୍ରସଙ୍ଗ ପାଲଟିଛି