କେଉଁ ବ୍ଲଡ ଗ୍ରୁପ ବ୍ୟକ୍ତିଙ୍କଠାରେ କରୋନା ସଂକ୍ରମଣ ସମ୍ଭାବନା ଅଧିକ ? ଆରଏମଆରସି ଓ ଭିମସାର ଡାକ୍ତରଙ୍କ ଗବେଷଣାରୁ ଆସିଲା ତଥ୍ୟ

3,421

କନକ ବ୍ୟୁରୋ : କେଉଁ ବ୍ଲଡ ଗ୍ରୁପ ବ୍ୟକ୍ତିଙ୍କଠାରେ କରୋନା ସଂକ୍ରମଣ ସମ୍ଭାବନା ଅଧିକ । ସେ ନେଇ ଗବେଷଣାରୁ ଆସିଛି ତଥ୍ୟ । ଆରଏମଆରସି ନିର୍ଦ୍ଦେଶିକାଙ୍କ ଅଧ୍ୟକ୍ଷତାରେ ଭିମସାରର ୪ ଜଣ ଡାକ୍ତର କରିଥିବା ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁ ମାନଙ୍କର ବ୍ଲଡ ଗ୍ରୁପ ବି- ପଜିଟିଭ କିମ୍ବା ଓ- ପଜିଟିଭ ରହିଛି ସେମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣର ସମ୍ଭାବନା ଅଧିକ ରହୁଛି ।

ପ୍ରାୟ ୧୨୨ ଜଣ ଲୋକଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ୩ଟି ପର୍ଯ୍ୟୟରେ ରକ୍ତ ନମୂନା ସଂଗ୍ରହ କରିି ପରୀକ୍ଷୀ କରାଯାଇଥିବାବେଳେ ଅଧ୍ୟୟନରୁ ଏଭଲି ତଥ୍ୟ ସାମ୍ନାକୁ ଆସିଛି । ଏନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଗବେଷଣାରେ ସାମିଲ ଥିବା ଭିମସାର ଡାକ୍ତର ସଂଜୀବ ମିଶ୍ର । ସେହପରି ଟିକା ନେବାର ୬ ମାସ ପରେ ଏହା କରୋନା ବିରୋଧରେ ପ୍ରଭାବ ହରାଉଥିବା ଜଣାପଡିଛି । ତେଣୁ ଟିକାର ୨ଟି ଡୋଜ୍ ନେବାପରେ ବୁଷ୍ଟର ଡୋଜ୍ ନେବା ଜରୁରୀ ବୋଲି କୁହାଯାଇଛି ।