କ୍ୟାସ ରଖିବା ଚିନ୍ତାରୁ ମିଳିବ ମୁକ୍ତି । ଆସିବ ରିଜର୍ଭ ବ୍ୟାଙ୍କର ‘ଇ-ଟଙ୍କା’

270

କନକ ବ୍ୟୁରୋ : ଶେଷରେ ଦେଶରେ ଆରମ୍ଭ ହୋଇଛି ଡିଜିଟାଲ କରେନ୍ସି ବା ଇ- ଟଙ୍କା । ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଥମେ ପାଇକାରୀ କ୍ଷେତ୍ରରେ ଡିଜିଟାଲ ମୁଦ୍ରା ବା ଇ-ଟଙ୍କାର ପାଇଲଟ୍ ପରୀକ୍ଷଣ ଆରମ୍ଭ କରାଯାଇଛି । ଏହି କରେନ୍ସିର ନାଁ ରହିଛି ସିବିଡିସି ବା ‘ଇ-ରୁପି’ । ପାଇଲଟ୍ ପରୀକ୍ଷଣରେ ୯ଟି ପ୍ରମୁଖ ବ୍ୟାଙ୍କ ଅଂଶଗ୍ରହଣ କରିବେ । ‘ଇ-ଟଙ୍କା’ ଆନ୍ତଃ ବ୍ୟାଙ୍କ ବଜାରକୁ ଅଧିକ ଦକ୍ଷ କରିବ ବୋଲି ଆଶା କରାଯାଉଛି । ମାସକ ପରେ ଖୁଚୁରା କ୍ଷେତ୍ରରେ ଏହାର ପରୀକ୍ଷଣ ହେବ । କିଛି ନିର୍ଦ୍ଦିଷ୍ଟ ଗ୍ରାହକ ଓ ବ୍ୟବସାୟୀଙ୍କୁ ନେଇ ଏହି ପରୀକ୍ଷଣ କରାଯିବ ।

 

ଏବେ ଆସନ୍ତୁ ଜାଣିବା ଡିଜିଟାଲ କରେନ୍ସି ବା ଇ-ରୂପି କଣ ?

– ଇ-ଟଙ୍କା ହେଉଛି ପେମେଣ୍ଟର ଏକ ମାଧ୍ୟମ
– ଯାହା ପ୍ରଚଳନ ଥିବା ନୋଟ୍ ବା କଏନ୍ ଭଳି ବୈଧ
– ସାଧାରଣ ଲୋକ, ବ୍ୟବସାୟୀ, ସରକାର ଓ ଅନ୍ୟମାନେ ବ୍ୟବହାର କରିପାରିବେ
– ଅନଲାଇନ ମାଧ୍ୟମରେ ଟଙ୍କା କାରବାର କରାଯିବ
– ସହଜରେ ବ୍ୟାଙ୍କ ଖାତାରେ ଜମା କରାଯାଇପାରିବ
– ଜମା ଖାତା ଖୋଲିବା ଆବଶ୍ୟକ ନାହିଁ
-ନଗଦ ଟଙ୍କାରେ ମଧ୍ୟ ପରିଣତ କରାଯାଇପାରିବ
-ସୀମାପାର ପେମେଣ୍ଟ କ୍ଷେତ୍ରରେ ଏହା ବିପ୍ଳବ ଆଣିବ
-କ୍ରିପ୍ଟୋକରେନ୍ସିର ବିକଳ୍ପ ଭାବେ କାମ କରିବ ‘ଇ-ଟଙ୍କା’
– କ୍ରିପ୍ଟୋକରେନ୍ସିରେ ଅନେକ ବିପଦ ଥିବା ବେଳେ ଇ-ଟଙ୍କା ସଂପୂର୍ଣ୍ଣ ସୁରକ୍ଷିତ
-‘ଇ-ଟଙ୍କା’କୁ ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ ରେଗୁଲେଟ କରିବେ

 

କୁହାଯାଉଛି, କ୍ରିଫ୍ଟୋକରେନ୍ସିରେ ଅନେକ ବିପଦ ରହିିଥିବାବେଳେ ‘ଇ-ଟଙ୍କା’ର ବ୍ୟବହାରରେ କୌଣସି ସମସ୍ୟା ନାହିଁ । କ୍ରିଫ୍ଟୋକରେନ୍ସି ବଦଳରେ ଲୋକେ ଇ-ଟଙ୍କା’ର ବ୍ୟବହାର କରିପାରିବେ । ରିଜର୍ଭ ବ୍ୟାଙ୍କ ଯେବେ ଆନୁଷ୍ଠାନିକ ଭାବେ ଏହାକୁ ପ୍ରଚଳନ କରିବ ଲୋକେ ଏହାକୁ ବ୍ୟବହାର କରିବାର ସୁଯୋଗ ପାଇବେ ।