ସୁଉଚ୍ଚ ପାହାଡରେ ଝୁଲୁଛି ଦୋକାନ । ଚା’, ପାଣି ପିଇବାକୁ ଦଉଡି ଚଢି ଯାଆନ୍ତି ଗ୍ରାହକ

209

କନକ ବ୍ୟୁରୋ: ଏମିତି ଏକ ଷ୍ଟୋର ଯାହା ସୁଉଚ୍ଚ ପାହାଡରେ ଝୁଲୁଛି । ଏଠିକି ଚା’, ପାଣି ପିଇବାକୁ ଦଉଡିରେ ଚଢି ଯାଆନ୍ତି ଗ୍ରାହକ । ଚା’ ପିଇ ସେମାନଙ୍କ ଥକ୍କାପଣ ଦୂରେଇ ଯାଏ ବୋଲି କୁଅନ୍ତି । ଏଭଳି ଏକ ଷ୍ଟୋର ରହିଛି ଚୀନର ହୁନାନରେ ।

ହୁନାନ ଅଞ୍ଚଳର ଶିନିଉଝାଇ ନ୍ୟାସନାଲ ଜିଓଲୋଜିକାଲ ପାର୍କରେ ଏଭଳି ଏକ ପାହାଡ ଅଛି ଯାହାର ଉଚ୍ଚତା ୩୯୩ ଫୁଟ । ଏହି ପାହାଡର ମଝିରେ ଝୁଲିବା ଅବସ୍ଥାରେ ରହିଛି ଏକ ଟି ଷ୍ଟୋର । ଯାହାକୁ ଚଳାଉଛନ୍ତି ଜଣେ ମହିଳା । ଏହାକୁ ଦୁନିଆର ସବୁଠୁ ବିପଜ୍ଜନକ ଷ୍ଟୋର ଭାବେ ଜଣାଯାଏ । ଅନ୍ତର୍ଜାତୀୟ ଗଣମାଧ୍ୟମ ଇନସାଇଡର ରିପୋର୍ଟ ମୁତାବକ, ଏଠାକୁ ପର୍ବତାରୋହୀ ରିଫ୍ରେସମେଣ୍ଟ ପାଇଁ ଆସିଥାନ୍ତି । ପୁରା ପାହାଡକୁ ଚଢିବା ମଝିରେ ବ୍ରେକର ଆବଶ୍ୟକତା ପଡେ । ଯାହା ଏହି ଷ୍ଟୋର ପୂରଣ କରେ । ତେବେ ସୋସିଆଲ ମିଡିଆରେ ଏହାର ଫଟୋ ସେୟାର ହେବା ପରେ ଏଯାଏଁ ଏହାକୁ ୫ ହଜାରରୁ ଅଧିକ ଲୋକ ଲାଇକ୍ କରିସାରିଲେଣି । ଏହି ଦୋକାନକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳୁଛି । ଏହାକୁ ଅନେକ ବିଶ୍ୱାସ କରିପାରୁନାହାଁନ୍ତି ।