ଶୈାଚମୁକ୍ତ ଅଂଚଳ ହେବା ସତ୍ୱେ ଖୋଲାରେ କରୁଥିଲେ ଶୈାଚ, ଚିକିତ୍ସା ଅଧିକାରୀ ଦେଖି ଏଭଳି ଦଣ୍ଡ ଦେଲେ ଯେ ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

31

ପଂଚାୟତଗୁଡିକୁ ଖୋଲାରେ ଶୈାଚମୁକ୍ତ ଘୋଷଣା କରାଇବାର ପ୍ରଶାସନିକ ପଦକ୍ଷେପ କିଛି ଅଧିକାରୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏ ମାମଲାରେ ବେଗୁସରାୟରେ ଏକ ଅଜବ ଘଟଣା ସାମନାକୁ ଆସିଛି । ଏଠି ଲୋକ ଅଧିକାରୀ ଖୋଲାରେ ଶୈାଚ କରୁଥିବା ଲୋକଙ୍କୁ ଧରିଲେ ଓ ତାଙ୍କ ଦ୍ୱାରା ଢ଼ାଳକୁ ପ୍ରଣାମ କରାଇଲେ ।

ସ୍ୱଚ୍ଛ ଭାରତ ଅଭିଯାନ ଅଧିନରେ ଖୋଲାରେ ଶୈାଚମୁକ୍ତ ଏକ ବଡ ପଦକ୍ଷେପ । କିନ୍ତୁ ଲୋକମାନେ ଏହାକୁ ପାଳନ କରୁନଥିବାରୁ କିଛି ପ୍ରଶାସନିକ ଅଧିକାରୀ ଏହାକୁ ନେଇ ଅଜବ ଫତୱା ଜାରି କରିଛନ୍ତି । ତେଘରା ଗ୍ରାମର ଚିକିତ୍ସା ପଦାଧିକାରୀ ଲଲନ କୁମାରଙ୍କୁ କିଛି ଲୋକ ଖୋଲାରେ ଶୈାଚ କରୁଥିବାର ନଜର ଆସିଥିଲେ । ସେହି ଅଧିକାରୀ ଜଣକ ତାଙ୍କୁ ବୁଝାଇବା ବଦଳରେ ଗାଳିଗୁଲଜ କରିଥିଲେ । ଜରିମାନା ଲଗାଇବାର ଧମକ ଦେଲେ ଓ ଆଉ ଜଣେ ଯୁବକଙ୍କୁ ଚାପୁଡା ବି ମାରିଥିବା ଦେଖାଯାଇଥିଲା । ଏହାପରେ ବି ମନ ଭରି ନଥିଲା ତାଙ୍କର, ସମସ୍ତ ଲୋକଙ୍କୁ ଉଠାବସା କରାଇଲେ ଓ ତା’ପରେ ଢ଼ାଳକୁ ପ୍ରଣାମ କରିବାକୁ କହିଲେ । ବୟସ୍କଙ୍କ ସହିତ ଏ ପ୍ରକାର କାରନାମା କରିବା ପରେ ଅଧିକାରୀ କଥିତ ଭାବେ ମହିଳାଙ୍କୁ ଅପଶବ୍ଦ ବି କହିଲେ ।

କେହି ଜଣେ ଏହି ଘଟଣାର ଭିଡିଓ ପ୍ରସ୍ତୁତ କଲେ , ଯାହାକି ଏବେ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓଟି ସେତେବେଳେ ସାମନାକୁ ଆସିଲା, ଯେତେବେଳେ ବେଗୁସରାୟକୁ ଖୋଲାରେ ଶୈାଚମୁକ୍ତ ଘୋଷଣା କରାଯାଇସାରିଛି ।