ବର୍ଷାରେ ବ୍ରହ୍ମପୁର ସବରେଜିଷ୍ଟ୍ରାର ଅଫିସରେ ପଶିଲା ପାଣି: ବାହାରିଲା ସାପ

184

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ବ୍ରହ୍ମପୁରରେ ଆଜି ବର୍ଷା ଲାଗି ରହିଛି । ଅନେକ ଅଂଚଳ ଜଳମଗ୍ନ ହୋଇଛି । ବ୍ରହ୍ମପୁରର ସବ-ରେଜିଷ୍ଟ୍ରାର ଅଫିସରେ ପାଣି ପଶିଛି । ଆଉ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସବ-ରେଜିଷ୍ଟ୍ରାର ଅଫିସର ବିଭିନ୍ନ ରୁମରେ ପାଣି ପଶିଛି । ପାଣି ଭିତରୁ ସାପ ବି ବାହାରିଥିବା ଦେଖିବାକୁ ମିଳିଛି । ଅଫିସ କର୍ମଚାରୀ ପାଣିରେ ପଶି କାମ କରିଛନ୍ତି । ଏହି ଅଫିସ ବିଏମସି ଅଫିସର ଅତି ନିକଟରେ ଅଛି । ଆଉ ସହରର ମଧ୍ୟ ଭାଗରେ ଥିବା ଅଫିସରେ ସାମାନ୍ୟ ବର୍ଷାରେ ଏଭଳି ପାଣି ପଶିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଫିସ ପାଖରେ ଥିବା ପ୍ରେମ ନଗର ରାସ୍ତା ଓ ନାଳ କାମ ଦୀର୍ଘଦିନ ଚାଲିଛି । କିନ୍ତୁ ଏହା ସରୁଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।