ଋଷ ରାଷ୍ଟ୍ରପତିଙ୍କ ବିରୋଧରେ ଗିରଫ ପରୱାନା । ୟୁକ୍ରେନ ଶିଶୁଙ୍କୁ ବେଆଇନ ଭାବେ ଋଷ ନେଇଯାଇଥିବା ଅଭିଯୋଗ

105

କନକ ବ୍ୟୁରୋ: ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ନେତା ହେଉଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଏବେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି । ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ ଏହି ଗିରଫ ପରୱାନା ଜାରି କରିଛି ।

ୟୁକ୍ରେନ ବିରୋଧରେ ଯୁଦ୍ଧ କରିଥିବାରୁ ଏପରି ଗିରଫ ପରୱାନା ଜାରି ହୋଇଛି । ଆଇସିସି ପୁଟିନଙ୍କ ବିରୋଧରେ ୟୁକ୍ରେନର ପିଲାମାନଙ୍କ ବଳପୂର୍ବକ ନିର୍ବାସନର ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି । ସେ ସିଧାସଳଖ ଏହି କାମରେ ସଂଶ୍ଳିଷ୍ଟ ଅଛନ୍ତି ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିଥିବାର ପ୍ରମାଣ ରହିଛି ବୋଲି କୋର୍ଟ କହିଛନ୍ତି ।

ଋଷର ଶିଶୁ ଅଧିକାର କମିଶନର ମାରିଆ ଲାଭୋଭା-ବେଲୋଭାଙ୍କୁ ମଧ୍ୟ ଆଇସିସି ଅପରାଧୀ ଘୋଷଣା କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୁଟିନଙ୍କୁ ସଂପୃକ୍ତ କୋର୍ଟ ନିଜର କ୍ଷମତା ବ୍ୟବହାର କରି ଗିରଫ କରିପାରିବ ତ? କାରଣ କେବଳ ଅଦାଲତ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ୱାକ୍ଷର କରିଥିବା ଦେଶଗୁଡ଼ିକ ମଧ୍ୟରେ ଆଇସିସି ନିଜ କ୍ଷମତାର ବ୍ୟବହାର କରିପାରିବ ।