ଯୁଦ୍ଧ ଭିତରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆସିଲା ବଡ ଖବର, କ୍ୟାନସରରେ ପୀଡିତ ଥିବା ଯୋଗୁଁ ଆଖିକୁ ଭଲରେ ଦିଶୁନଥିବା, ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ହେଉଥିବା ମିଳିଛି ସୂଚନା

330

କନକ ବ୍ୟୁରୋ : ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ପୁଟିନ୍ । ତାଙ୍କୁ ସ୍ପଷ୍ଟ ଦେଖାଯାଉନଥିବା ବେଳେ ସେ ଏବେ ସ୍ୱାଦ ମଧ୍ୟ ବାରି ପାରୁନାହାନ୍ତି । ପୁଟିନଙ୍କ ଅସୁସ୍ଥତାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଡାକ୍ତର । ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପର ଠାରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସ୍ୱାସ୍ଥ୍ୟବସ୍ଥା ସବୁବେଳେ ଖବରର ଶିରୋନାମା ପାଲଟିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଅନେକ ଆନ୍ତଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏବେ ତାଙ୍କ ଡାହାଣ ହାତ ଓ ଗୋଡ ଅକାମୀ ହେବାକୁ ବସିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଧ୍ୟାନ ସହ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ହେଲେ ପୁଟିନ୍ ଏପରି କରିବାକୁ ମନା କରିବା ସହ ଯୁଦ୍ଧ ସମ୍ପର୍କରେ ଟିକିନିଖି ଖବର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଫେବୃୟାରୀରେ ପୁଟିନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କ ଗୋଡ ଅସ୍ୱାଭାବିକ୍ ଭାବେ ଥରୁଥିବା ଦେଖିବାକୁ ମିଳିଥିଲା । ପୁଟିନ୍ କ୍ୟାନସର ସହ ମସ୍ତିଷ୍କ ଜନିତ ରୋଗରେ ଆକ୍ରାନ୍ତ ଥିବା ନେଇ ସ୍ପେନ୍ ଗଣମାଧ୍ୟମ ଖବର ପ୍ରସାରଣ କରିଥିଲା । ହେଲେ ପରବର୍ତୀ ସମୟରେ କ୍ରେମଲିନ୍ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା ।