ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ଜନ୍ମଦିନକୁ ନେଇ ଆସିଛି ରୋଚକ ଖବର । ୫୦ତମ ଜନ୍ମଦିନ ପାର୍ଟିରେ ୨୨୦କୋଟି ଟଙ୍କା ଖର୍ଚ୍ଚ କରିଥିଲା ଅମ୍ବାନୀ ପରିବାର

539

କନକ ବ୍ୟୁରୋ : ଜନ୍ମଦିନ ପାର୍ଟିରେ ଖର୍ଚ୍ଚ ହେଲା ୨୨୦ କୋଟି ଟଙ୍କା । ଭାରତର ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନିତା ଅମ୍ବାନୀ ନିଜ ୫୦ ତମ ଜନ୍ମଦିନ ପାର୍ଟିରେ ଖର୍ଚ୍ଚ କରିଛନ୍ତି ୨୨୦ କୋଟି ଟଙ୍କା । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ୨୦୧୩ ନଭେମ୍ବର ୧ରେ ନୀତା ଅମ୍ବାନୀ ୫୦ ବର୍ଷରେ ପଦାପର୍ଣ କରିଥିଲେ । ଏନେଇ ରାଜସ୍ଥାନର ଉମୈଦ ଭବନ ପ୍ରସାଦରେ ସେ ୨ ଦିନିଆ ଗ୍ରାଣ୍ଡ ବାର୍ଥ ଡେ ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ସାରା ବିଶ୍ୱରୁ ୨୪୦ ନାମୀଦାମି ଅତିଥୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଅତିଥୀଙ୍କ ମଧ୍ୟରେ ରହିଥିଲେ ସପରଷ୍ଟାର ଶାହାରୁଖ ଖାନ୍ ରାଣୀ ମୂଖାଜି, କରିସ୍ମା କପୁର, ଅମିରଖାନ୍ ଭଳି ବଲିଉଡ କଳାକାର, ମିର୍ତଲ, ମହିନ୍ଦ୍ରା, ବିର୍ଲା, ଗୋଦରେଜ୍ ଭଳି ଖ୍ୟାତାନାମା ବ୍ୟବସାୟିକ ପ୍ରତିଷ୍ଠାନର ସଦସ୍ୟ ।