ଆସନ୍ତାକାଲି ବିଶ୍ୱକର୍ମା ପୂଜା। ଶିଳ୍ପଦେବଙ୍କ ପୂଜା ପାଇଁ ଅନୁଗୁଳର ନାଲକୋ ସହରରେ ବ୍ୟାପକ ଆୟୋଜନ।

85

କନକ ବ୍ୟୁରୋ: ରାତି ପାହିଲେ ବିଶ୍ୱ ବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା । ଏଥିପାଇଁ ସଜେଇ ହୋଇଛି ଅନୁଗୁଳର ନାଲକୋନଗର । ଚଳିତ ବର୍ଷ ନାଲକୋ ନଗରରରେ ୧୭ଟି ମଣ୍ଡପରେ ବିଶ୍ୱନିର୍ମାତା ପୂଜା ପାଇବେ । ପୂଜା ପାଇଁ ସମସ୍ତ ପୂଜା କମିଟି ପକ୍ଷରୁ ପ୍ରସ୍ତୁତିକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚଛି । ନାଲକୋ ପ୍ରଶାସନ ପକ୍ଷରୁ ପୂଜାକୁ ଶାନ୍ତିଶୃଙ୍ଖଳାରେ ପାଳନ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ବିଭିନ୍ନ ପୂଜାମଣ୍ଡପ ନିଜ ନିଜ ମଣ୍ଡପଗୁଡ଼ିକୁ ଆକର୍ଷଣୀୟ କରିବାରେ ଲାଗିପଡ଼ିଛନ୍ତି । ଏଥର ପୂଜା ପାଇଁ ସବୁଠି ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ କାରିଗର ମଧ୍ୟ ମୂର୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି । କୋଭିଡ଼ କଟକଣା ଯୋଗୁଁ ଦୁଇ ବର୍ଷ ହେବ ବିଶ୍ୱକର୍ମା ପୂଜା ଉତ୍ସବ ପାଳନ ହୋଇନଥିବାବେଳେ ଏଥର ପୂଜା ପାଇଁ ଖୁବ ଖୁସି ଅଛନ୍ତି ଲୋକେ ।