ମୁଖ୍ୟ ଚୟନକର୍ତ୍ତାଙ୍କ ଶସ୍ତା ଚୟନ । ପାକିସ୍ତାନ ଦଳର ବିଶ୍ୱକପ୍ ଟିମ୍ ଘୋଷଣା ପରେ ବର୍ଷିଲେ ଆମିର । ପଢନ୍ତୁ, ସେ କଣ କହିଲେ…

274

କନକ ବ୍ୟୁରୋ: ଆସନ୍ତା ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିଛି ପାକିସ୍ତାନ । ପାକିସ୍ତାନ କ୍ରିକେଟ୍ ବୋର୍ଡ ଗୁରୁବାର ବିଶ୍ୱକପ୍ ପାଇଁ ନିଜର ୧୫ ଜଣିଆ ଦଳ ଘୋଷଣା କରିଛି । ବାବର ଆଜମଙ୍କ ଅଧିନାୟକତ୍ୱରେ ଏହି ଟିମ୍ ବିଶ୍ୱକପ୍ ଖେଳିବ । ତେବେ ଦଳ ଘୋଷଣା ପରେ ସିଲେକ୍ଟରଙ୍କ ଉପରେ ବର୍ଷିଛନ୍ତି ଷ୍ଟାର ବୋଲର ମହମ୍ମଦ ଆମିର ।

ବିଶ୍ୱକପ୍ ପାଇଁ ଘୋଷଣା ହୋଇଥିବା ଦଳରେ ଅନୁଭବୀ ଖେଳାଳି ସୋଏବ ମଲ୍ଲିକ ଓ ମହମ୍ମଦ ଆମିରଙ୍କୁ ସ୍ଥାନ ମିଳିନି । ଯେଉଁଥିପାଇଁ ଏହି ଷ୍ଟାର ବୋଲର ଚୟନକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି ।
ଆମିର ଏକ ଟୁଇଟ୍ କରିଛନ୍ତି । ଯେଉଁ ଟୁଇଟରେ ସେ ମୁଖ୍ୟ ଚୟନକର୍ତ୍ତାଙ୍କୁ ଶସ୍ତା ଚୟନକର୍ତ୍ତା ବୋଲି କହିଛନ୍ତି । ଖାଲି ସେତିକି ନୁହେଁ, ବିଶ୍ୱକପ୍ ପାଇଁ ବଛାଯାଇଥିବା ଦଳକୁ ସେ ଘଟିଆ ବୋଲି କହିବା ସହିତ ନିଜର ନିରାଶା ଜାହିର କରିଛନ୍ତି ।

ଆମିରଙ୍କ ଏଭଳି ଟୁଇଟ୍ ପରେ ସୋସିଆଲ୍ ମିଡିଆରେ ଏହି ଟୁଇଟ ଭାଇରାଲ୍ ହେବାରେ ଲାଗିଛି । କିଛି ଲୋକ ଏହାକୁ ସମର୍ଥନ ଦେଉଥିବାବେଳେ, ଅନ୍ୟ କିଛି ଲୋକ ଏହାକୁ ଟ୍ରୋଲ କରିବାରେ ଲାଗିଛନ୍ତି । କିଛି ଲୋକ ଏହି କଥାକୁ ଆମିରଙ୍କ ସ୍ପଷ୍ଟ ଫିକ୍ସି କଥା ସହ ମଧ୍ୟ ଯୋଡିଛନ୍ତି । ଆଉ ଆମିରଙ୍କ ଉପରେ ଓଲଟା ବର୍ଷିଛନ୍ତି । ସୂଚନାଯୋଗ୍ୟ ଯେ, ଆମିର ଶେଷ ଥର ପାଇଁ ୨୦୨୦ରେ ଟି-୨୦ ମ୍ୟାଚ୍ ଖେଳିଥିଲେ । ଏହାପରେ ସେ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲା । ତେବେ ୨୦୨୧ ମସିହା ଜୁନ୍ ୧୪ ତାରିଖ ସେ ନିଜର ଅବସର ଘୋଷଣାକୁ ଫେରେଇ ନେବା ସହିତ ପୁଣିଥରେ କ୍ରିକେଟ୍ ଖେଳିବାକୁ ଫିଟ୍ ଥିବା କହିଥିଲେ ।