କମାଲ କଲେ କୋହଲି ! ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କଲେ ଅର୍ଦ୍ଧଶତକ, ବିଶାଳ ସ୍କୋର ଅଭିମୁଖେ ଭାରତ ।

132

କନକ ବ୍ୟୁରୋ : ବିଶ୍ୱକପରେ ନିଜ ଦ୍ୱିତୀୟ ମ୍ୟାଚରେ ଦମଦାର ବ୍ୟାଟିଂ ଜାରି ରଖିଛି ବିରାଟ ବାହିନୀ । ଆଉ ଏହାରି ଭିତରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଅଧିନାୟକ ବିରାଟ କୋହଲି । ୫୫ଟି ବଲରୁ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ରିପୋର୍ଟ ଲେଖା ସୁଦ୍ଧା କୋହଲି ୬୦ଟି ବଲରୁ ୪ଟି ଚୌକା ବଳରେ ୫୭ ରନ କରି ବ୍ୟାଟିଂ ଜାରି ରଖିଛନ୍ତି ।

୨୦୧୯ କ୍ରିକେଟ ବିଶ୍ୱକପର ନିଜ ଦ୍ୱିତୀୟ ମ୍ୟାଚରେ ଆଜି ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଅଷ୍ଟ୍ରେଲିଆକୁ ଭେଟୁଛି ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ ଅଧିନାୟକ ବିରାଟ କୋହଲି । ଆଉ ପ୍ରଥମରୁ ହିଁ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଭାରତ । ଦିନିକିଆ କ୍ରିକେଟରେ ୧୭ତମ ଶତକ ହାସଲ କରିଛନ୍ତି ଶିଖର ଧୱନ । ରିପୋର୍ଟ ଲେଖା ହେବା ସୁଦ୍ଧା ଭାରତ ବର୍ତ୍ତମାନ ସୁଦ୍ଧା ୪୨ ଓଭରରେ ୨ଟି ଓି୍ୱକେଟ୍ ହରାଇ ୨୫୭ ରନ୍ ସଂଗ୍ରହ କରିଛି ।