ଓଭାଲରେ ଛକା ଚୌକାର ବର୍ଷା କଲା ବିରାଟ ବାହିନୀ । ଅଷ୍ଟ୍ରେଲିଆ ଆଗରେ ରନର ପାହଡ ଛିଡା କଲା ଟିମ୍ ଇଣ୍ଡିଆ । 

299

କନକ ବ୍ୟୁରୋ : ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଅଷ୍ଟ୍ରେଲିଆ ଆଗରେ ରନର ପାହାଡ ଛିଡା କରିଛି ବିରାଟ ବାହିନୀ । ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ୍ ହରାଇ ୩୫୨ ରନ୍ ସଂଗ୍ରହ କରିଛି ଦଳ । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ଦମଦାର ଶତକ ଏବଂ ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଜବରଦସ୍ତ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆକୁ ୩୫୩ ରନର ଟାର୍ଗେଟ୍ ଦେଇଛି ବିରାଟ ବାହିନୀ ।

ବିଶ୍ୱକପର ୧୪ତମ ମ୍ୟାଚ୍ ତଥା ନିଜ ଦ୍ୱିତୀୟ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ଆଉ ଆରମ୍ଭରୁ ହିଁ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିଲେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ଏବଂ ରୋହିତ ଶର୍ମା । ପ୍ରଥମରୁ ଧିମା ବ୍ୟାଟିଂ ଆରମ୍ଭ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲା ବିରାଟ ବାହିନୀ ।

ଭାରତ ସ୍କୋରବୋର୍ଡ

ରୋହିତ ଶର୍ମା: କ-ଆଲେକ୍ସ କ୍ୟାରି-ବୋ-ନାଇଲ, ୫୭ ରନ୍‌, ୭୦ ବଲ, ୩ ଚୌକା, ୧ ଛକା
ଶିଖର ଧାଓ୍ଵନ: କ-ଲାୟନ-ବୋ-ଷ୍ଟାକର୍ସ, ୧୧୭ ରନ୍‌, ୧୦୯ ବଲ, ୧୬ ଚୌକା
ବିରାଟ କୋହଲି: କ-କମିଂନସ୍‌-ବୋ-ଷ୍ଟୋଇନିସ୍‌ ,୮୨ ରନ୍‌, ୭୬ ବଲ, ୪ ଚୌକା, ୨ ଛକା
ହାର୍ଦ୍ଦିକ ପାଣ୍ଡ୍ୟା: କ-ଫିଞ୍ଚ-ବୋ-ପେଟ କମିଂନ୍‌ସ୍‌, ୪୮ ରନ୍‌, ୨୭ ବଲ, ୪ ଚୌକା, ୩ ଛକା
ମହେନ୍ଦ୍ର ସିଂହ ଧୋନି: କ-ବୋ-ଷ୍ଟୋଇନିସ୍‌, ୨୭ ରନ, ୩ ଚୌକା, ୧ ଛକା
ଲୋକେଶ ରାହୁଲ: ଅପରାଜିତ ୧୧ ରନ୍‌, ୩ ବଲ
କେଦାର ଯାଦବ: ଅପରାଜିତ, ୦ ରନ୍‌, ୦ ବଲ୍‌ 

ଅତିରିକ୍ତ: ୧୦ ରନ୍‌ (ଲେଗବାଏ ୩, ଓ୍ଵାଇଡ ୭)
ମୋଟ: ୩୫୨ ରନ୍‌ (୫ଓ୍ଵିକେଟ୍‌, ୫୦ ଓଭର)