ଓଭାଲରେ ଇତିହାସ ରଚିଲେ ରୋହିତ୍ । କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ଓ ଭିଭିଆନ ରିଚାର୍ଡ୍ସଙ୍କୁ ପଛରେ ପକାଇ କଲେ ନୂଆ ରେକର୍ଡ ।

1,608

କନକ ବ୍ୟୁରୋ: ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ୱେଷ୍ଟଇଣ୍ଡିଜର ସାର୍ଭି ଭିଆନ୍ ରିଚାର୍ଡ୍ସଙ୍କୁ ପଛରେ ପକାଇଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ନିର୍ଦ୍ଦିଷ୍ଟ ଦଳ ତଥା ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇ ହଜାର ରନ୍ କରିବାରେ ଏହି ତୁଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନଙ୍କୁ ରୋହିତ ପଛରେ ପକାଇଛନ୍ତି । ଓଭାଲରେ ଖେଳାଯାଉଥିବା କ୍ରିକେଟ ବିଶ୍ୱକପର ୧୪ ନମ୍ବର ମ୍ୟାଚରେ ରୋହିତ ଓଭାଲରେ ୫୭ ରନ୍ କରିବା ସହ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆରେ ଦ୍ରୁତତମ ଦୁଇ ହଜାର ରନ୍ ପୂରଣ କରିଛନ୍ତି । ଆଉ ଏହି କୀତ୍ତୀମାନ ଫଳରେ ସଚିନ ତେନ୍ଦୁଲକର ଏବଂ ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଭିଭିଆନ୍ ରିଚାର୍ଡ୍ସଙ୍କୁ ପଛରେ ପକାଇଛନ୍ତି ।

ରୋହିତ ମାତ୍ର ୩୭ଟି ଇନିଂସରେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। କିନ୍ତୁ ସଚିନଙ୍କୁ ଦୁଇ ହଜାର ରନ୍ ପୂରଣ କରିବା ପାଇଁ ୫୧ଟା ଇନିଂସ ଖେଳିବାକୁ ପଡ଼ିଥିଲା। ସେହିଭଳି ସାର୍ ଭିଭିଆନ୍ ରିଚାର୍ଡ୍ସଙ୍କୁ ଖେଳିବାକୁ ପଡ଼ିଥିଲା ୪୫ଟି ଇଂନିସ । ଅନ୍ୟପଟେ ଏହି ତାଲିକାରେ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ରହିଛନ୍ତି ।