କୋଟିପତି ଅତିରିକ୍ତ ତହସିଲଦାର ଗିରଫ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଥିଲା ଭିଜିଲାନ୍ସ

258

କନକ ବ୍ୟୁରୋ : ଗିରଫ ହେଲେ ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୂଳମଣି ପଟେଲ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କର ସ୍ଥାବର ଅସ୍ଥାବର ସମ୍ପତିର ମୂଲ୍ୟ ୫ କୋଟିରୁ ଅଧିକ ହେବ ବୋଲି ଆକଳନ କରିଛି ଭିଜିଲାନ୍ସ ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ ଦିନ ଧରି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଥିଲା । କୂଳମଣିଙ୍କ ପୈତୃକ ଗାଁ ଡୁମାବାହାଲରେ ୪ଟି ସ୍ଥାନ ସମେତ ସୁନ୍ଦରଗଡ଼ ଓ ଲେଫ୍ରିପଡ଼ାର ମୋଟ୍ ୮ଟି ସ୍ଥାନରେ ଚଢ଼ାଉ ହୋଇଥିଲା । ସମସ୍ତ ସମ୍ପତ୍ତି ଆକଳନ ପରେ ଏହା ୫ କୋଟିରୁ ଅଧିକ ହୋଇଥିବା କହିଛି ଭିଜିଲାନ୍ସ । ଆସନ୍ତାବର୍ଷ ଫେବ୍ରୁଆରୀରେ ଚାକିରିରୁ ଅବସର ଅବସର ନେଇଥାନ୍ତେ କୂଳମଣି ।