ପିଶାଚ ପ୍ରେମିକ : ପ୍ରେମିକାକୁ ତଳେ ପକାଇ ମାରିଚାଲିଲା ଗୋଇଠା ପରେ ଗୋଇଠା

315

କନକ ବ୍ୟୁରୋ : ପିଶାଚ ପ୍ରେମିକର ନାରକୀୟ କାଣ୍ଡ । ପ୍ରେମିକାକୁ ଟେକି ତଳେ କଚାଡିଦେଇ ମାରିଚାଲିଲା ଗୋଇଠା ଉପରେ ଗୋଇଠା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଯେଉଁ ଭିଡିଓ ଅନେକ ଲୋକ ସେୟାର କରିବା ସହ ଏପରି ଘଟଣାକୁ ନିନ୍ଦା କରିଛନ୍ତି ।

ମଧ୍ୟପ୍ରଦେଶ ରିୱା ଜିଲ୍ଲାରୁ ଆସିଛି ଏପରି ଲୋମ ଟାଙ୍କୁରା ଘଟଣା । ଭାଇରାଲ୍ ହେଉଥିବା ଭିଡିଓ ଅନୁସାରେ, ଜଣେ ଯୁବକ ଜଣେ ଯୁବତୀକୁ ଅତି ନିର୍ମମ ଭାବେ ମାରିଚାଲୁଛି । ଦୁଇ ଜଣ ପ୍ରେମିକ-ପ୍ରେମିକା ବୋଲି ଜଣାପଡିଛି । ଭିଡିଓରେ ଦେଖାଯାଇଛି ପ୍ରେମିକା ପ୍ରେମିକର ପ୍ରଥମେ ହାତ ଧରି ଛିଡା ହୋଇଛି । ବିବାହ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ କିଛି ବଚଶା ହେଉଛି ପରେ ଯୁବକ ରାଗିଯାଇ ଯୁବତୀଙ୍କୁ ତଳେ ପକାଇ ମାଡ ମାରିଚାଲିଛି । ଗୋଇଠା ଉପରେ ଗୋଇଠା ମାରିଚାଲିଛି । ଯୁବକର ରାଗ ଶାନ୍ତ ହେଲାବେଳକୁ ଯୁବତୀ ଜଣକ ଚେତାଶୂନ୍ୟ ହୋଇ ତଳେ ପଡିରହିଛି । ଏହାପରେ ନିଜ ଭୁଲକୁ ବୁଝିପାରି ଯୁବତୀଙ୍କୁ ତଳୁ ଉଠାଉଛି ଯୁବକ କିନ୍ତୁ ସେତେବେଳକୁ ଯୁବତୀ ଆଉ ଛିଡା ହେବା ପରିସ୍ଥିତିରେ ନାହାନ୍ତି । ଭିଡିଓ ବନାଉଥିବା ସାଙ୍ଗମାନେ ଦୌଡିଯାଇ ଯୁବତିଙ୍କ ଚେତା ଫେରାଇବା ପାଇଁ ଚେଷ୍ଟା କରୁଥିବା ଜଣାପଡିଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତାର ତଦନ୍ତ ଆରମ୍ଭ କରିଛି ।