‘ମାରାତ୍ମକ ନୁହେଁ ବିଏଫ୍.୭, ଚୀନ ପରି ଦଶା ଭୋଗିବନି ଭାରତ’ : ଭାରତୀୟ ପୂର୍ବତନ ICMR ବୈଜ୍ଞାନିକ ଡାକ୍ତର ସମୀରନ ପଣ୍ଡାଙ୍କ ଆଶ୍ୱାସନା

91

କନକ ବ୍ୟୁରୋ: ମାରାତ୍ମକ ନୁହେଁ ବିଏଫ୍.୭ । ଏପରି ଆଶ୍ୱାସନା ଦେଇଛନ୍ତି ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଆଇସିଏମ୍ଆରର ପୂର୍ବତନ ବୈଜ୍ଞାନିକ ଡାକ୍ତର ସମୀରଣ ପଣ୍ଡା ।

ଡା, ପଣ୍ଡା କହିଛନ୍ତି ଯେ, ‘ବିଏଫ୍.୭ ମାରାତ୍ମକତା ନେଇ ନେଇ ସରକାର ବିଭ୍ରାନ୍ତକାରୀ ସୂଚନା ପ୍ରସାରଣରୁ ଦୂରେଇ ରୁହନ୍ତୁ । ସରକାର ହସ୍ପିଟାଲ ଗୁଡ଼ିକୁ ପ୍ରସ୍ତୁତ ରଖିବା ସହ ଔଷଧ, ଅକ୍ସିଜେନ୍ ଓ ବୁଷ୍ଟର ନେବା ଉପରେ ଗୁରୁତ୍ୱ ଦେବା ଯଥାର୍ଥ ବୋଲି କହିଛନ୍ତି । ଏହା ସହ ସେ କହିଛନ୍ତି ବିଏଫ୍.୭ ଦ୍ରୁତ ସଂକ୍ରମଣଶୀଳ ହେଲେ ମାରାତ୍ମକ ନୁହେଁ । ଭାରତ ଚୀନ୍ ପରି ଦଶା ଭୋଗିବ ନାହିଁ । କାରଣ ଭାରତୀୟଙ୍କ ପାଖରେ ହାଇବ୍ରିଡ୍ ୟୁମିନିଟି ରହିଛି । ଭାରତର ମଧ୍ୟ କୋଭିଡ୍ ମହାମାରୀ ପରିଚାଳନା କରିବାର ଅଢେଇ ବର୍ଷର ଅଭଭିଜ୍ଞତା ରହିଛି । ଭାରତର ଅଧିକାଂଶ ଲୋକ ଦୁଇ ଡୋଜ୍ ଟିକା ନେଇ ସାରିଛନ୍ତି । ଏପରିକି ଅନେକ ଲୋକ ବୁଷ୍ଟର ନେଇ ନେଇଛନ୍ତି । ଯେଉଁମାନେ ବୁଷ୍ଟର ନେଇନାହାନ୍ତି ସେମାନେ ବୁଷ୍ଟର ଡୋଜ୍ ନେବା ଉଚିତ’୍ ବୋଲି କହିଛନ୍ତି ଡାକ୍ତର ସମୀରନ୍ ପଣ୍ଡା ।