ଶିଳ୍ପ ସହ ସାମାଜିକ ଦାୟୀତ୍ୱବୋଧତା ଉପରେ ଗୁରୁତ୍ୱ, ବେଦାନ୍ତ ଆଲୁମିନିୟମ ଗ୍ରାମାଂଚଳର ଛାତ୍ରଛାତ୍ରୀମାନଙ୍କୁ ସହାୟତା

81

କନକ ବ୍ୟୁରୋ : ଭାରତର ସର୍ବ ବୃହତ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଶିକ୍ଷାର ବ୍ୟବଧାନକୁ ଦୂର କରିବା ତଥା ଗୁଣାତ୍ମକ ଶିକ୍ଷାର ଅବିରତ ସୁଯୋଗ ଦେଇ ଓଡ଼ିଶାର ଗ୍ରାମାଂଚଳର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ସୁଯୋଗ ପାଇବାକୁ ଉତ୍ସାହିତ କରୁଛି । ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଯୁବକମାନଙ୍କ ମଧ୍ୟରେ ସ୍ଥାୟୀ ଶିକ୍ଷାର ମହତ୍ୱ ଉପରେ ସଚେତନତା ସୃଷ୍ଟି କରିବା ଲାଗି କମ୍ପାନି ଏକ ସପ୍ତାହ ଧରି ଅଭିଯାନ ଚଳାଇଥିଲା । ଏହି ଅଭିଯାନର ଏକ ଅଂଶ ଭାବରେ ବେଦାନ୍ତ ଆଲୁମିନିୟମ ଭିନ୍ନ ଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲା ଓ ୭୦୦ରୁ ଅଧିକ ଛାତ୍ରଛାତ୍ରୀମାନେ ଜାମଖାନି ଓ ଘୋଗରପାଲିରୁ ଅଭିଯାନରେ ଅଂଶଗ୍ରହଣ କରିଥିଲେ ।

ଏପ୍ରିଲ ୨୦୨୨ ପରଠାରୁ କମ୍ପାନି କୋଭିଡ ହ୍ରାସ ହେବା ପରେ ସୁନ୍ଦରଗଡ଼ ଜିଲ୍ଲାର ଜରପାଲମ, ବିଲାଇମୁଣ୍ଡା ଓ ମେଣ୍ଡ୍ରା ଗ୍ରାମର ୨୨ଟି ସ୍କୁଲ ଓ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ୫୫ ସ୍କୁଲ ପିଲାଙ୍କୁ ପାଠ୍ୟ ଉପକରଣ ବଂଟନ କରିଥିଲା । ଏହି ପଦକ୍ଷେପ ଦ୍ୱାରା ୭୦୦୦ରୁ ଅଧିକ ପିଲାମାନେ ଉପକୃତ ହୋଇଥିଲେ । ଏହା ସହ ବେଦାନ୍ତ ଆଲୁମିନିୟମର କର୍ମଚାରୀମାନେ ସ୍ୱେଛାକୃତ ଭାବେ ଅଂଚଳର ମାଧ୍ୟମିକ ଛାତ୍ରଛାତ୍ରୀମାନଙ୍କୁ କ୍ୟାରିୟର କାଉନସେଲିଂ କାର୍ୟ୍ୟକ୍ରମ ପରିଚାଳନା କରିଛନ୍ତି ।

ଶିକ୍ଷା ପଦକ୍ଷେପ ସଂପର୍କରେ ଶ୍ରୀ ଭି.ଶ୍ରୀକାନ୍ତ, ସିଇଓ- ମାଇନ୍ସ (ବେଦାନ୍ତ ଆଲୁମିନିୟମ) କହିଛନ୍ତିଯେ- କଂପାନି ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷାକୁ ସକ୍ଷମ କରିବାକୁ ଦୃଢ ପରିକର । ଆମର ବିକାଶମୂଳକ ପଦକ୍ଷେପ ଗୁଡ଼ିକ ଅଂଚଳର ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ ହୋଇଛି । ଆମେ ଚାହୁଁ ଆମ ଅଂଚଳରେ ଲୋମାନଙ୍କ ଜୀବନରେ ଗୁଣାତ୍ମକ ପରିବର୍ତନ ଆସୁ ଓ ଆମ ଯୁବକମାନଙ୍କ ପାଇଁ ନୂତନ ଅଭିବୃଦ୍ଧିର ସୁଯୋଗ ମିଳୁ ।

କମ୍ପାନିର ଏହି ପ୍ରୟାସକୁ ପ୍ରଶଂସା କରି ଶ୍ରୀମତୀ ନବନିତା ନାଏକ ପ୍ରଧାନ ଶିକ୍ଷୟତ୍ରୀ, ଲୁଆବାହାଲ ହାଇ ସ୍କୁଲ କହିଛନ୍ତିଯେ- ବେଦାନ୍ତ ଆଲୁମିନିୟମର ଏହି ପଦକ୍ଷେପ ଓ ପ୍ରଗତିମୂଳକ ଶିକ୍ଷା କାର୍ୟ୍ୟକ୍ରମ ଆମର ପିଲାମାନଙ୍କୁ ଉପଯୁକ୍ତ ପ୍ରେରଣା ଦେବ ଓ ସେମାନେ ଶିକ୍ଷା କ୍ଷେତ୍ରରେ ଆଗଭର ହେବେ ।

ବେଦାନ୍ତ ଆଲୁମିନିୟମର ସାମାଜିକ ପଦକ୍ଷେପ ଗୁଡ଼ିକ ଶିକ୍ଷା,ସ୍ୱାସ୍ଥ୍ୟ, ଜୀବିକା, ଗୋଷ୍ଠୀ ନିର୍ମାଣ, ଜୈବ ବିକାଶ, ଜଳ ଓ ପରିମଳ ସହିତ ମହିଳା ଓ ଶିଶୁ ବିକାଶ ଅଭିମୁଖୀ । ଏହି ପଦକ୍ଷେପ ଗୁଡ଼ିକ ଦ୍ୱାରା ଗୋଷ୍ଠୀରେ ଉନ୍ନତି ସାଧିତ ହେବା ସହିତ ରାଜ୍ୟର ଅଗ୍ରଗତିରେ ବେଦାନ୍ତର ବଳିଷ୍ଠ ଯୋଗଦାନ ରହୁଛି । ଗ୍ରାମାଂଚଳରେ ସ୍ଥାନୀୟ ପ୍ରଶାସନ, ଜନମଙ୍ଗଳ ଗ୍ରୁପ ଓ ଗୋଷ୍ଠୀ ସଦସ୍ୟଙ୍କ ଜରୀଆରେ ଅନେକପ୍ରକାର ଉନ୍ନତିମୂଳକ କାର୍ୟ୍ୟକ୍ରମ ପରିଚାଳିତ ହେଉଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ଏକମାତ୍ର ଭାରତୀୟ ସ୍ମେଲଟର ଭାବରେ ବିଶ୍ୱକୁ ୧ ନିୟୂତ ଟନ ଉତ୍ପାଦନ ଓ ଏକସପୋର୍ଟ କ୍ଲବ । ବେଦାନ୍ତର ଝାରସୁଗୁଡ଼ା ହେଉଛି ଏକ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦକ । ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତି, ଆର ଆଣ୍ଡ ଡି ଓ ଅଭିନବ ଦକ୍ଷତାକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।