ଗୁଜୁରାଟରେ ଜଳପ୍ରଳୟ : ଫସିଥିବା ଦୁଇ ମହିଳା ଓ ଜଣେ ଶିଶୁକୁ ଉଦ୍ଧାର କଲେ ଯବାନ, ଭିଡିଓ ଭାଇରାଲ୍

143

କନକ ବ୍ୟୁରୋ : ଗୁଜୁରାଟରେ ପ୍ରବଳ ବର୍ଷା କାରଣରୁ ଅହମଦାବାଦର ଅଧିକାଂଶ ସ୍ଥାନ ଜଳମୟ ହୋଇପଡ଼ିଛି । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ଭିତରେ ଭାରତୀୟ କୋଷ୍ଟ ଗାର୍ଡର ଉଦ୍ଧାର କାର୍ଯ୍ୟର ଏକ ଭିଡିଓ ଭାଇରାଲ୍ ହୋଇଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ କୋଷ୍ଟ ଗାର୍ଡ ଯବାନମାନେ ବନ୍ୟାଞ୍ଚଳରେ ଫସିଥିବା ଦୁଇ ମହିଳା ଓ ଜଣେ ଶିଶୁକୁ ଉଦ୍ଧାର କରିଛନ୍ତି । ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଯେଉଁଭଳି ଭାବେ ମହିଳା ଓ ଶିଶୁକୁ ଉଦ୍ଧାର କରିଛନ୍ତି, ତାହା ପ୍ରଶଂସାଯୋଗ୍ୟ । ଉଦ୍ଧାର କରିବା ପରେ ମହିଳା ଓ ଶିଶୁକୁ ବିମାନ ଯୋଗେ ସୁରକ୍ଷିତ ସ୍ଥାନରେ ପହଂଚାଇଥିଲେ କୋଷ୍ଟଗାର୍ଡ ଯବାନ ।