ବ୍ୟାଙ୍କ ସାମ୍ନାରୁ ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ୍ । ଲକ୍ଷେ ଟଙ୍କା ଲୁଟି ନେଇଥିବା ଅଭିଯୋଗ

58

କନକ ବ୍ୟୁରୋ : ବ୍ୟାଙ୍କ ସାମ୍ନାରୁ ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ଲକ୍ଷେ ଟଙ୍କା । କଟକ ଜିଲ୍ଲା ନରସିଂହପୁର ଥାନା ଠାରୁ ଏକ କିଲୋମିଟର ଦୂର ୟୁକୋ ବ୍ୟାଙ୍କ ସାମ୍ନାରୁ ହୋଇଛି ଏହି ଡକାୟତି । ନରସିଂହପୁର ବ୍ଲକ୍ ଜୟମଙ୍ଗଳା ପଞ୍ଚାୟତର ଭିଏଲଡବ୍ଲ୍ୟୁ ଅଭେଦ କୁମାର ରାଉତରାୟ ଗାଁରେ ଭତା ବଣ୍ଟନ ଉଦ୍ଦେଶ୍ୟରେ ବ୍ୟାଙ୍କରୁ ୧ଲକ୍ଷ ୨ହଜାର ଟଙ୍କା ଉଠାଇଥିଲେ ।

ଟଙ୍କାକୁ ସେ ନିଜ ବାଇକ୍ ଡିକିରେ ରଖି ସାମ୍ନାରେ ଥିବା ଏକ ଦୋକାନକୁ ଯାଇଥିଲେ । ଏହାରି ଭିତରେ ଜଣେ ଦୁର୍ବୃତ୍ତ ଡିକି ଭାଙ୍ଗି ଟଙ୍କା ସବୁ ଲୁଟିବା ପରେ ନିଜ ସାଥୀ ସହ ବାଇକରେ ସେଠାରୁ ଫେରାର୍ ମାରିଥିଲା । ତେବେ ଲୁଟ୍ କରୁଥିବା ବେଳର ସିସିଟିଭିରେ କଏଦ ହୋଇଛି । ଘଟଣା ଘଟିବା ପରେ ଭିଏଲଡବ୍ଲ୍ୟୁ ଅଭେଦ କୁମାର ନରସିଂହପୁର ଥାନାରେ ଅଭିଯୋଗ କରିଥିଲେ । ଯାହା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଦେଇଛି ।