ଆସନ୍ତା ୧୯ରେ ହେବ ଏଜୁକେସନ୍ ଅନର୍ସ ପରୀକ୍ଷା : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ବାତିଲ କରିଥିଲେ କର୍ତ୍ତୃପକ୍ଷ

61

କନକ ବ୍ୟୁରୋ : ଆସନ୍ତା ୨୯ରେ ହେବ ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ବାତିଲ ହୋଇଥିବା ଏଜୁକେସନ୍ ଅନର୍ସ ପରୀକ୍ଷା । ୨୦୫ ପରୀକ୍ଷା କେନ୍ଦ୍ରରେ ଏଗଜାମ୍ ହେବା ନେଇ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ଦୁଇ ତୃତୀୟ ବର୍ଷ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା ।

ଏଜୁକେସନ୍ ଅନର୍ସ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହେବା ପରେ ପରୀକ୍ଷା ବାତିଲ କରାଯାଇଥିଲା । ଭାଇରାଲ ହେଉଥିବା ପ୍ରଶ୍ନପତ୍ର ସହ ଅରିଜିନାଲ ପ୍ରଶ୍ନପତ୍ର ମେଳ ଖାଉଥିବା ଦେଖିବାକୁ ମିଳିଥିଲା । କୋଶ୍ଚିନ୍ ପେପର ଲିକ୍ ହୋଇଥିବା କଥାକୁ କଲେଜ କର୍ତ୍ତୃପକ୍ଷ ମଧ୍ୟ ସ୍ୱୀକାର କରିଥିଲେ । ଘଟଣାର ତଦନ୍ତ କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୩ ଜଣିଆ କମିଟି ଗଠନ କରିଛନ୍ତି ।