ବର୍ଷା ନେଉଛି ଜୀବନ ! ହିମାଚଳପ୍ରଦେଶରେ ୯୦ଜଣଙ୍କ ମୃତ୍ୟୁ, ମାତ୍ର ଚାରି ଦିନରେ ଗଣାଣି ୩୬ ଜୀବନ

196

କନକ ବ୍ୟୁରୋ : ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ତାଣ୍ଡବ ଲିଳା ରଚୁଛି ବର୍ଷା । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢୁଛି ସବୁ ନଦୀର ଜଳସ୍ଥର । ମାଡିଆସୁଛି ଗୋଳିଆ ପାଣି । ଏପରିକି କିଛି ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ପାହାଡି ରାଜ୍ୟ ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶରେ ପ୍ରବଳ ବର୍ଷା କାରଣରୁ ପାହାଡ ଧସିବା ବା ଭୟଙ୍କର ଭୂସ୍ଖଳନର ଖବର ମଧ୍ୟ ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ବର୍ଷା ଓ ଭୂସ୍ଖଳନ କାରଣରୁ ପ୍ରାୟ ୯୦ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । ମାତ୍ର ଚାରିଦିନ ମଦ୍ୟରେ ୩୯ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏବେ ବି ଅନେକ ଲୋକ ପାଣି ଘେରରେ ଫସି ରହିଛନ୍ତି ।

ମୁଖ୍ୟମନ୍ତ୍ରୀ ସୁଖବିନ୍ଦର୍ ସିଂଙ୍କ କହିବା ଅନୁସାରେ, ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକମାନେ ଫସିରହିଥିଲେ । ଗତ ବୁଧବାର ଦିନ ପ୍ରାୟ ୫୦ହଜାର ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ଏହି ପରିସ୍ଥିତିରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସବୁ ବିଭାଗକୁ ଆଲର୍ଟ କରାଯାଇଛି । ସମସ୍ତଙ୍କ ଛୁଟି ବାତିଲ କରିବା ସହ ୨୪ଘଣ୍ଟା କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର୍ ସିଂ ସୁଖୁ କହିଛନ୍ତି ।

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଯବାନଙ୍କୁ ମୁତୟନ କରାଯାଇଛି । ହିମାଚଳପ୍ରଦେଶ କିନ୍ନୋରରେ ଫସିଥିବା ୧୧ଜଣ ଟ୍ରାକରରଙ୍କୁ ଉଦ୍ଧାର କରିଛନ୍ତି ଏନଡିଆରଏଫ୍ ଟିମ୍ । ସେହିପରି କଫନୁ ଗାଁଠୁ ୧୫କିମି ଦୂରରେ ଫସିଥିବା ୧୧ଜଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଅନଡିଆରଏଫ୍ ଟିମ୍ ।

ସେପଟେ ଉତ୍ତରାଖଣ୍ଡର କିଛି ଅଞ୍ଚଳକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଉତ୍ତରାଖଣ୍ଡର ଧନୋରୀ, ରୁଦ୍ରପ୍ରୟାଗ ଓ ଖାନପୁରକୁ ଗୁରୁବାର ଏବଂ ଶୁକ୍ରବାର ପାଇଁ ୟଲୋ ୱାର୍ଣ୍ଣଂ ଜାରି କରାଯାଇଛି ।