ଘରେ ଥିଲେ ବି ପିନ୍ଧିବାକୁ ପଡିବ ମାସ୍କ । ଦ୍ୱିତୀୟ ଲହରୀ ବ୍ୟାପକ ରୂପ ନେବା ପରେ ଡକ୍ଟର ଭି.କେ ପଲଙ୍କ ସୂଚନା ।

343

କନକ ବ୍ୟୁରୋ: ଏଣିକି ଘରେ ଥିଲେ ବି ପିନ୍ଧିବାକୁ ପଡ଼ିବ ମାସ୍କ । ଦିନକୁ ଦିନ ଦେଶରେ କରୋନର ଦ୍ୱିତୀୟ ଲହରୀ ବ୍ୟାପକ ରୂପ ନେଉଥିବା ବେଳେ ଆଜି ନୀତି ଆୟୋଗର ସଦସ୍ୟ ଡକ୍ଟର ଭି.କେ ପଲ କହିଛନ୍ତି- ଘରେ ବି ମାସ୍କ ପିନ୍ଧିବା ଦରକାର । ଯଦି ଘରେ କେହି କରୋନା ରୋଗୀ ଅଛନ୍ତି, ତେବେ ତାଙ୍କଠାରୁ ସଙ୍ଗରୋଧରେ ରଖିବା ସହ ସେ ମାସ୍କ ପିନ୍ଧିବା ଜରୁରୀ । କେବଳ ସେତିକି ନୁହେଁ ସୁରକ୍ଷା ଦୃଷ୍ଟିରୁ ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ମାସ୍କ ପିନ୍ଧିବା ଦରକାର ବୋଲି ଡକ୍ଟର ଭି.କେ ପଲ କହିଛନ୍ତି । କିନ୍ତୁ ବଡ଼ କଥା ହେଉଛି, ଘରେ କରୋନା ରୋଗୀ ନଥିଲେ ବି ଯେହେତୁ ସଂକ୍ରମଣ ବଢ଼ୁଛି, ଘରେ ମାସ୍କ ପିନ୍ଧିବା ଦରକାର ବୋଲି ସେ କହିଛନ୍ତି ।