ତିକ୍ତତା ଭିତରେ ସାମ୍ନାକୁ ଆସିଲା ବଡ଼ ଖବର : ରୁଷର ଦୁଇଟି ଜେଟ୍ ଓ ଆମେରିକା ଡ୍ରୋନ୍ ମଧ୍ୟରେ ଧକ୍କା, ଖସି ପଡ଼ିଲା ଆମେରିକା ଡ୍ରୋନ୍

227

କନକ ବ୍ୟୁରୋ : ୟୁକ୍ରେନ୍ ଯୁଦ୍ଧକୁ ନେଇ ରୁଷ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୃଷ୍ଣ ସାଗର ଉପରେ ରୁଷର ଦୁଇଟି ଜେଟ୍ ଓ ଆମେରିକାର ଏକ ଡ୍ରୋନ୍ ମଧ୍ୟରେ ଧକ୍କା ହୋଇଛି । ଫଳରେ ଡ୍ରୋନଟି କୃଷ୍ଣ ସାଗରରେ ଖସି ପଡ଼ିଛି । ଆମେରିକା ସେନା ପକ୍ଷରୁ ଏକ ବିବୃତି ଜାରି କରି ଏହି ସୂଚନା ଦିଆଯାଇଛି ।

କୁହାଯାଇଛି ଯେ, କୃଷ୍ଣ ସାଗର ଉପରେ ସବୁ ଦିନ ଭଳି ଏକ ଡ୍ରୋନ୍ ପାଟ୍ରୋଲିଂ କରୁଥିଲା । ରୁଷର ଦୁଇଟି ସୁଖୋଇ-୨୭ ମଧ୍ୟ ନିଜ ସୀମା ମଧ୍ୟରେ ପାଟ୍ରୋଲିଂ କରୁଥିଲେ । ହେଲେ ରୁଷର ଜେଟ୍ ଡ୍ରୋନ୍ ସମ୍ମୁଖକୁ ଚାଲି ଆସିଥିଲା । ଜେଟ୍ର ୱିଙ୍ଗ ଡ୍ରୋନ୍ରେ ବାଜିବା ଯୋଗୁ ଡ୍ରୋନ୍ କ୍ଷତିଗ୍ରସ୍ତ ହୋଇଛି । ରୁଷ ଜାଣିଶୁଣି ଏପରି କରିଥିବା କହିଛି ଆମେରିକା । ଏହାକୁ ନେଇ ଦୁଇ ଦେଶ ମଧ୍ୟ ତିକ୍ତତା ବୃଦ୍ଧି ପାଇଛି ।