ସାମନାକୁ ଆସିଲା ସ୍ୱାମୀ-ସ୍ତ୍ରୀଙ୍କ କାରନାମା । କାରରେ ଆସି ଗାର୍ମେଣ୍ଟ ଦୋକାନରୁ ଚୋରି ଅଭିଯୋଗ । ସିସିଟିଭିରେ କଏଦ ହେଲା ଦୃଶ୍ୟ

220

କନକ ବ୍ୟୁରୋ: ରାଜଧାନୀରେ ଚହଳ ପକାଇଛି ସ୍ୱାମୀ-ସ୍ତ୍ରୀଙ୍କ କାରନାମା । ଦାମୀ କାରରେ ଆସିଲେ, ଆଖି ପିଛୁଳାକେ ଲୁଟିନେଲେ । ଘଟଣା ଘଟିଛି ଭୁବନେଶ୍ୱର ବଡ଼ଗଡ଼ ଥାନା ଲୁଇସ୍ ରୋଡରେ । ଲୁଇସ୍ ରୋଡରେ ଥିବା ଏକ ଗାର୍ମେଣ୍ଟ ଦୋକାନରେ ଏଭଳି ଚୋରି ହୋଇଛି । ସିସିଟିଭି ଯାଞ୍ଚ ପରେ, ସିସିଟିଭି ଫୁଟେଜ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

  • ସ୍ତ୍ରୀ ଏକ ନମ୍ବରୀ, ସ୍ୱାମୀ ଦଶ ନମ୍ବରୀ
  • ଭାଇରାଲ ହେଲେ ବଣ୍ଟି-ବବଲି

ଭୁବନେଶ୍ୱରର ମୋଷ୍ଟ ଓ୍ୱାଣ୍ଟେଡ ବଣ୍ଟି କୁହାଯାଉଥିବା ସ୍ୱାମୀ ସ୍ତ୍ରୀଙ୍କ କାରନାମାକୁ ନେଇ ପୁଲିସ ବି ଚାପରେ । ଏମାନେ କେତେବେଳେ କାହାକୁ ଲୁଟିବେ ସେ କଥା କହିବା କଷ୍ଟକର । ପ୍ରଥମେ ଏକ ଧଳା କାରରେ ସପାଂ କରିବା ନାଁରେ ଦୋକାନକୁ ଆସିବେ । ଭଦ୍ର ଲୋକ ଭଳି ଗାଡିଟିକୁ ପାର୍କିଂ କରି ଦେଇ ଦୋକାନ ଭିତରେ ପଶିବେ । ସ୍ତ୍ରୀ ଜଣକ ଜିନିଷ ଦେଖିବା ନାଁରେ ସେଲସମ୍ୟାନଙ୍କ ସହିତ କଥା ହେବେ । ଗୋଟିଏ ପରେ ଗୋଟିଏ ଜିନିଷ ଦେଖିବାର ଅଭିନୟ କରୁଥିବା ବେଳେ, ସ୍ୱାମୀ ଜଣକ ଲୁଟର ବ୍ଲୁ ପ୍ରିଂଟ ପ୍ରସ୍ତୁତ କରୁଥିବ । ଅତି ଚାଲାକର ସହିତ ଏହି ୪୨୦ ସ୍ୱାମୀ ଜଣକ କ୍ୟାସ କାଉଁଟରକୁ ଜଗି ରହିଥିବେ । ଆଉ କୌଶଳ ଦେଖି ଟଙ୍କା ନେଇ ଗାଏବ ହୋଇଯାନ୍ତି ଏହି ବଣ୍ଟି-ବବଲି ।

ସିସିଟିଭି ଫୁଟେଜ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଏହି ସ୍ୱାମୀ-ସ୍ତ୍ରୀ ଅଣ ଓଡିଆ ବୋଲି ଜଣା ପଡିଛି । ଏମାନେ ଭୁବନେଶ୍ୱରରେ ଆସି ରହୁନ୍ତି, ଆଉ ସମୟ ସୁବିଧା ଦେଖି ଦୋକାନ ଗୁଡିକୁ ଟାର୍ଗେଟ କରନ୍ତି । ଏମାନେ ୧୦ରୁ ଅଧିକ ଦୋକାନ ଭିତରେ ପଶି ଏମିତି ଲୁଟପାଟ କରିଥିବା ନଜିର ରହିଛି ।