ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କୁ ହୃଦଘାତ । ଆଞ୍ଜିଓପ୍ଲାଷ୍ଟି ପରେ କିପରି ଅଛନ୍ତି ସୁସ୍ମିତା?

247

କନକ ବ୍ୟୁରୋ: ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ ବଲିଉଡର ସବୁଠାରୁ ଫିଟ୍ ଆକ୍ଟ୍ରେସ୍ ଭବେ ଜଣାଶୁଣା । ଦୁଇଟି ପିଲାଙ୍କୁ ନେଇ ଜୀବନ ବଞ୍ଚିବା ପରେ ବି ସେ ସବୁବେଳେ ନିଜ ଲାଇଫଷ୍ଟାଇଲକୁ ଗୁରୁତ୍ୱ ଦେଇଆସିଛନ୍ତି । ତଥାପି ତାଙ୍କୁ ହାର୍ଟ ଆଟାକ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏନେଇ ମାର୍ଚ୍ଚ ଦୁଇ ତାରିଖରେ ନିଜେ ସୁସି୍ମତା ନେଟିଜେନ୍ସ ମାନଙ୍କୁ ଜଣାଇଛନ୍ତି । ବାପାଙ୍କ ସହ ଏକ ଫଟୋ ସହ ତାଙ୍କର ହାର୍ଟ ଆଟାକ ହେବା ସହ ଆଞ୍ଜିଓପ୍ଲାଷ୍ଟି ହୋଇଛି ବୋଲି ପୋଷ୍ଟ କରିଛନ୍ତି ।

ତେବେ ଏହା ପରେ ତାଙ୍କୁ ଆଉ ଏକ କାରଣ ଯୋଗୁଁ ଖୁବ ଖୁସି ମିଳିଛି । ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ କହିଥିଲେ ଯେ, ସୁସ୍ମିତାଙ୍କ ହୃଦୟ ବିଶାଳ’ । ଏହି ପଦକ କଥା ସୁସ୍ମିତାଙ୍କୁ ବେଶି ଖୁସି ଦେଇଛି ବୋଲି ସେ ଲେଖିଛନ୍ତି । ଅଞ୍ଜିଓପ୍ଲାଷ୍ଟି ପରେ ସୁସ୍ମିତା ସେନ୍ ଏବେ ସୁସ୍ଥ ଅଛନ୍ତି ବୋଲି ଡାକ୍ତର କହିଛନ୍ତି ।