୨୦୨୪ରେ କମୁଛି ମତଦାନ ପ୍ରତିଶତ: ୩ଟି ଯାକ ପର୍ଯ୍ୟାୟରେ ହେଉନି ଆଶାନୁରୂପ ମତଦାନ

187

କନକ ବ୍ୟୁରୋ: ଦେଶରେ ତିନୋଟି ପର୍ଯ୍ୟାୟରେ ମତଦାନ ହାର କମ୍ ରହିଛି । ପୂର୍ବରୁ ଧାରଣା ଥିଲା ବମ୍ପର ଭୋଟିଂ ହେଲେ, ସରକାର ବିରୋଧରେ ଯାଏ, ଭୋଟ୍ କମିଲେ ସରକାରଙ୍କୁ ସୁହାଏ । ହେଲେ ଭୋଟ୍ ପ୍ରତିଶତ କମିବା ପରେ ବି ଅନେକ ଥର ବିଜେପିକୁ କ୍ଷତି ହୋଇଛି । ତେଣୁ ୪୦୦ ପାର୍ର ନାରା ଦେଉଥିବା ମୋଦୀ ସରକାରଙ୍କ ପାଇଁ ୨୦୨୪ ନିର୍ବାଚନ ବୈତରଣୀ ପାର ହେବା ଏତେ ସହଜ ହେବନାହିଁ ବୋଲି ଆକଳନ କରୁଛନ୍ତି ରାଜନୈତିକ ବିଶେଷଜ୍ଞ । ଅବଶ୍ୟ କମ୍ ଭୋଟିଂର ଫାଇଦା କାହାକୁ ମିଳିଲା, ତାହା ଜୁନ ୪ ପରେ ସ୍ପଷ୍ଟ ହେବ ।

ଦେଶରେ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ତୃତୀୟ ପର୍ଯ୍ୟାୟରେ ୧୨ ରାଜ୍ୟର ୯୩ ଆସନରେ ମତଦାନ ଶେଷ ହୋଇଛି । ୭ଟି ପର୍ଯ୍ୟାୟ ମଧ୍ୟରୁ ବର୍ତମାନ ୩ଟି ପର୍ଯ୍ୟାୟରେ ସରିଛି ଭୋଟ୍ । ଆଉ ଏହି ସବୁ ନିର୍ବାଚନରେ ଯେଉଁ ତଥ୍ୟ ଆସିଛି ତାହା ଚିନ୍ତାଜନକ । ଭୋଟ ପ୍ରତିଶତ ହାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିିଶେଷଜ୍ଞ ।
କେଉଁ ପର୍ଯ୍ୟାୟ କେତେ ପ୍ରତିଶତ ଭୋଟ
ପ୍ରଥମ ପର୍ଯ୍ୟାୟ (ଏପ୍ରିଲ ୧୯): ୬୬.୧%
ଦ୍ୱିତୀୟ ପର୍ଯ୍ୟାୟ (ଏପ୍ରିଲ ୨୭) : ୬୬.୭%
ତୃତୀୟ ପର୍ଯ୍ୟାୟ (ମେ ୭) : ୬୦% ( ସନ୍ଧ୍ୟା ୫ଟା ସୁଦ୍ଧା) ଭୋଟିଂ ହୋଇଛି ।
କି ସଙ୍କେତ ଦେଉଛି କମ ପ୍ରତିଶତ ଭୋଟିଂ?
ସରକାର ସପକ୍ଷରେ ନା ବିପକ୍ଷରେ ମତ ?

୧୯୯୯ ଅପେକ୍ଷା ୨୦୦୪ ଲୋକସଭା ନିର୍ବାଚନରେ ଦୁଇ ପ୍ରତିଶତ କମ ମତଦାନ ହୋଇଥିଲା । ସେ ସମୟରେ ଅଟଳ ବିହାରୀ ବାଜପେୟୀ ଙ୍କ ଏନଡିଏ ସରକାର ଭାଙ୍ଗିଯାଥିଲା ଓ ମନମୋହନ ସିଂଙ୍କ ନେତୃତ୍ୱଧୀନ ୟୁପିଏ ସରକାର ଗଠନ ହୋଇଥିଲା ।

ଏବେ ଦେଶରେ କମ ପ୍ରତିଶତ ମତଦାନ ନେଇ ବିଶେଷଜ୍ଞ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ବିଶେଷଜ୍ଞଙ୍କ ମତରେ
କମ୍ ମତଦାନର କାରଣ?
-ସ୍ଥାନୀୟ ପ୍ରସଙ୍ଗର ଅଭାବ
-ସ୍ଥାନୀୟ ସାଂସଦଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ
-ମୋଦିଙ୍କ ୪ ଶହ ପାର ନାରା ପରେ ଲୋକଙ୍କୁ ଲାଗୁଛି କେନ୍ଦ୍ରରେ ପୁଣି ମୋଦି ସରକାର ଆସିବ, ତେଣୁ ଭୋଟର ନୀରବ ହୋଇଯାଇଛନ୍ତି
-ନିର୍ବାଚନ ମୁଖ୍ୟତଃ ବିଜେପି ବନାମ କଂଗ୍ରେସ ହେବା ଯୋଗୁଁ ଲୋକଙ୍କ ମଧ୍ୟରେ ଭୋଟଦାନ ପାଇଁ ଆଗ୍ରହ ନାହିଁ
ପ୍ରଶ୍ନ ଉଠୁଛି ଦେଶର ନିର୍ବାଚନରେ କମ ଭୋଟିଂ ହେଲେ କାହାକୁ ଫାଇଦା ହେବ ଓ କାହାକୁ ଲାଭ ହେବ ।
କମ ମତଦାନରେ କାହାକୁ ଫାଇଦା?
କୁହାଯାଏ, ଯେେତେବେଳେ ସରକାର-ବିରୋଧୀ ଲହର ଥାଏ ସେ ସମୟରେ ବମ୍ପର ଭୋଟିଂ ହୋଇଥାଏ । କିନ୍ତୁ ଏହା ଅନେକଥର ଭୁଲ ବୋଲି ବି ପ୍ରମାଣିତ ହୋଇଛି । କମ ଭୋଟିଂ ହେଲେ ବିଜେପି କ୍ଷତି ସହିଛି ।

-କମ ଭୋଟ କଂଗ୍ରେସକୁ ନା ବିଜେପିକୁ ଫାଇଦା ଦେବ ?
-ଦକ୍ଷିଣରେ କିଏ ଆଗରେ ରହିବ ?
ଦେଶରେ ୩ଟି ପର୍ଯ୍ୟାୟରେ କମ ଭୋଟିଂ ପ୍ରତିଶତ କିଛି ଏଭଳି ସଙ୍କେତ ଆଡକୁ ଇଙ୍ଗିତ କରୁଛି, ଯାହାର ଉତର ଜୁନ ୪ ତାରିଖରେ ହିଁ ଜଣାପଡିବ ।