ବିଜେପିର ମିଶନ୍ ଓଡିଶା: କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଲେ, ୨୦୨୪ରେ ୮ ରୁ ୧୬ ସାଂସଦ ଜିତିବ ବିଜେପି

118

କନକ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା । ୨୦୨୪ ନିର୍ବାଚନ ପାଇଁ ଅଂଟା ଭିଡିଲାଣି ଦଳ । ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହା ପୂର୍ବରୁ ଦଳର ସାଂଗଠନିକ କାର୍ଯ୍ୟ ଜୋରଦାର ହୋଇଛି । ଶାସକ ଦଳକୁ ଚେକ୍ ଦେବା ପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ ନେଇଛି ଦଳ । ଗତକାଲି ୫ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସିଥିବା ବେଳେ ଆଜି ପହଂଚିଛନ୍ତି ଆଉ ୨ ଜଣ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ଶ୍ରମ ନିଯୋଜନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଓ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ତଥା କ୍ରୀଡା ଯୁବ ବ୍ୟାପର ମନ୍ତ୍ରୀ ନୀତିଶ ପରମାଣିକ ଓଡିଶାରେ ପହଂଚିବା ପରେ କେନ୍ଦ୍ରାପଡା ଅଭିମୁଖେ ଯାଇଛନ୍ତି । କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ରାଜ୍ୟରେ ୮ଜଣ ସାଂସଦ ଥିଲେ ଆଉ ୨୦୨୪ରେ ୧୬ ସାଂସଦ ହେବେ । ସେପଟେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବୟାନକୁ ନେଇ ତେଜିଛି ରାଜନୀତି । କହିଛନ୍ତି ଓଡ଼ିଶାରେ ଦୁର୍ନୀତି ବଢୁଛି । ସିବିଆଇ ଇଡ଼ି ଆସି ଖୋଳତାଡ କରିବା ଦରକାର । ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ବାନ୍ଧିବା ଦରକାର ବୋଲି କହିଛନ୍ତି ଟୁଡୁ ।