ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତରେ ପାଠ ପଢ଼ିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଛାତ୍ରଛାତ୍ରୀଙ୍କ ଦାବି ।

71

କନକ ବ୍ୟୁରୋ: ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯୁଦ୍ଧ ପାଇଁ ଡାକ୍ତରୀ ପାଠପଢ଼ା ବେଶ୍ ପ୍ରଭାବିତ ହୋଇଛି । ଏପରି ସମୟରେ ସେଠାକାର ପରିସ୍ଥିତି କେବେ ସ୍ୱାଭାବିକ ହେବ, ତାହା କହିବା ଅସମ୍ଭବ । ତେଣୁ ପ୍ରଭାବିତ ଛାତ୍ରଛାତ୍ରୀ ମାନଙ୍କୁ ଭାରତରେ ବିଭିନ୍ନ ମେଡିକାଲ କଲେଜରେ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଯଦି ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରାନଯାଏ, ତେବେ ଓଡ଼ିଶାର ୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ ବୋଲି ସେମାନେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ପାର୍ଲାମେଣ୍ଟରେ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀଙ୍କ ପ୍ରସଙ୍ଗ ଉଠାଇବେ ବୋଲି ଛାତ୍ରଛାତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି ।