ନୂଆପଡା ଓ କଂଟାବାଞ୍ଜିରେ ଧର୍ମେନ୍ଦ୍ରଙ୍କ ପ୍ରଚାର: ପୁଣି ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ

69

କନକ ବ୍ୟୁରୋ: ରାଜ୍ୟରେ ନିର୍ବାଚନୀ ପ୍ରଚାର ଜମିବା ସହ ବେଶ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବାରୁ ଆଜି ନୂଆପଡ଼ା ଓ କଂଟାବାଂଜିରେ ପ୍ରଚାର କରି ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି । ଓଡ଼ିଆ ନେତା, ବାହାରି ନେତା କଥା କହି ଶାସକ ଦଳ ଶିବିର ଉପରେ ଘନଘନ ଆକ୍ରମଣ କରିଛନ୍ତି । ସେପଟେ ଓଡ଼ିଆ ଅସ୍ମିତାକୁ ନେଇ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରଶ୍ନର କଡ଼ା ଜବାବ ଦେଇଛି ବିଜେଡି । ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ରଙ୍କୁ ପାଲଟା ଆକ୍ରମଣ କରିଛି ବିଜେଡି ।

ସମ୍ବଲପୁର ଲୋକସଭା ଆସନ ପାଇଁ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଶନିବାର ନୂଆପଡା ଓ କଂଟାବାଞ୍ଜିରେ ପ୍ରଚାର ବେଳେ ପୁଣି ବର୍ଷିଛନ୍ତି ଧର୍ମେନ୍ଦ୍ର । ସରକାର ବଦଳାଇବାକୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଡବଲ ଇଞ୍ଜିନ ସରକାର ପାଇଁ ସେ ଆହ୍ୱାନ ଦେଇଛନ୍ତି । ଏହାସହ ରାଜ୍ୟର ନେତା କିଏ ହେବା ଦରକାର ବୋଲି ପ୍ରଶ୍ନ କରିଛନ୍ତି ।ଧର୍ମେନ୍ଦ୍ର କହିଛନ୍ତି, ଓଡିଶାର ନେତା ଓଡିଆ ହେବେ ନା ବାହାରିଆ ହେବେ? ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଶୁକ୍ରବାର ଦିନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଓଡିଆ ଭାଷା ଓ ଅସ୍ମିତାକୁ ନେଇ ଗଭୀର ଚିନ୍ତାପ୍ରକଟ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଅଭିଯୋଗ କରିଥିଲେ, ଓଡିଆ ସ୍ୱାଭିମାନକୁ ଆଘାତ କରିବା ପାଇଁ ଅମଲାଙ୍କୁ ନେଇ ଗୋଟଏ ଗୋଷ୍ଠୀ ଉଦ୍ୟମ କରୁଛନ୍ତି । କୋଭିଡ ସମୟରେ ମହାପ୍ରଭୁଙ୍କ ରଥଯାତ୍ରାକୁ ବନ୍ଦ କରିବାକୁ କିଏ ଚେଷ୍ଟା କରିଥିଲା ବୋଲି ପ୍ରଶ୍ନ କରିଥିଲେ । ଆଉ ଆଜି ଏହାର ଜବାବ ଦେଇଛି ବିଜେଡି , ସଫଳ ଲୋକାର୍ପଣ ଧର୍ମେନ୍ଦ୍ର ଚାହୁଁନଥିଲେ । ତାଙ୍କ ମନ୍ତବ୍ୟ ସମସ୍ତଙ୍କୁ ଆଘାତ ଦେଇଛି । ଧର୍ମେନ୍ଦ୍ର ଆଉ ଥରେ ଯାଆନ୍ତୁ ପରିକ୍ରମା ପ୍ରକଳ୍ପ ଦେଖନ୍ତୁ ବୋଲି କହିଛି ବିଜେଡି ।

ସେହିଭଳି ଧର୍ମେନ୍ଦ୍ରଙ୍କ ନାମାଙ୍କନ ଶୋଭାଯାତ୍ରାବେଳେ କୁମାର ମାଝି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେଡି । ବିଜେଡି କହିଛି କୁମାରଙ୍କ ପାଖକୁ ଧର୍ମେନ୍ଦ୍ର ଗଲେ ନାହିଁ କି ସମବେଦନା ଜଣାଇଲେ ନାହିଁ । କିନ୍ତୁ ପ୍ରଣବ ପ୍ରକାଶ ଦାସ ସଂପୃକ୍ତ ବ୍ୟକ୍ତିଙ୍କ ଘର ଲୋକଙ୍କୁ ଯାଇ ସେ ପରିବାରକୁ ଗ୍ରହଣ କଲେ । ତେଣୁ ଲୋକ ନିଷ୍ପତି ନେବେ ବୋଲି କହିଛି ବିଜେଡି ।