କାକଟପୁରରେ ଜଗତସିଂହପୁର ଲୋକସଭା ଲଢେଇ । ଅସ୍ତରଙ୍ଗରେ ଦମ୍ ଦେଖାଇଛନ୍ତି ବିଜେଡି ଓ ବିଜେପି ପ୍ରାର୍ଥୀ

180

କନକ ବ୍ୟୁରୋ : ଲଢ଼େଇ ଚାଲିଛି କାକଟପୁରରେ । ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳି ଅଧିନରେ ରହିଛି ଅସ୍ତରଙ୍ଗ କାକଟପୁର ନିର୍ବାଚନ ମଣ୍ଡଳି । ଜୁନ ୧ ତାରିଖରେ ଜଗତସିଂହପୁର ଲୋକସଭା ପାଇଁ ମତଦାନ । ଆସନ୍ତା ୭ ତାରିଖରୁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । ଏହା ପୂର୍ବରୁ ଶକ୍ତି ପ୍ରଦର୍ଶନ କରୁଛନ୍ତି ପ୍ରାର୍ଥୀ । କାକଟପୁରରେ ବିଜେଡି ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଓ ବିଜେପି ସାଂସଦ ପ୍ରାର୍ଥୀ ବିଭୁପ୍ରସାଦ ତରେଇ ଜୋରଦାର ପ୍ରଚାର କରିଛନ୍ତି । ରୋଡ-ଶୋ କରି ସମର୍ଥକ ଯୋଗାଡରେ ଲାଗିଛନ୍ତି । ୨୦୧୯ ନିର୍ବାଚନରେ ଏଠାରେ ବିଜେଡି ସାଂସଦ ରାଜଶ୍ରୀ ମଲ୍ଲିକ ବିଜୟୀ ହୋଇଥିବା ଦ୍ୱିତୀୟ ସ୍ଥାନରେ ଥିଲେ ବିଜେପି ପ୍ରାର୍ଥୀ । ଏଥିର ମଧ୍ୟ ବିଜେଡି-ବିଜେପି ମଧ୍ୟରେ ହେବ ବୋଲି ଲଢେଇ ହେବ ।