ଜିଦରେ ଅଟଳ ରହି ଆନ୍ଦୋଳନରେ ଶିକ୍ଷକ: ସ୍କୁଲ ଖୋଲା ଥିଲେ ବି ଶିକ୍ଷକ ଅଭାବରୁ ହୋଇପାରୁନି ପାଠ ପଢା

119

କନକ ବ୍ୟୁରୋ: ଗୋଟିଏ ପଟେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ । ଅନ୍ୟ ପଟେ ଖାଲି ପଡିଛି ସ୍କୁଲ । ପିଲା ଆସୁଛନ୍ତି ବିଦ୍ୟାଳୟ ହେଲେ ଶିକ୍ଷକ ନଥିବାରୁ ହୋଇପାରୁୁନି ପାଠ ପଢା । ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଏହି ସମସ୍ୟା ସବୁ ଦେଖିବାକୁ ମିଳିଛି । ପୁରୀ ନିମାପଡାର ବ୍ଲକର କିଛି ସ୍କୁଲରେ ଏହିଭଳି ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି । କେଉଁଠି ଜଣେ ଶିକ୍ଷକରେ ପଢା ଚାଲିଛି ତ ଆଉ କେଉଁଠି ଜଣେ ଛାତ୍ରୀ ପଢାଉଛନ୍ତି ପାଠ ସେହିଭଳି ସେଠାରେ ଥିବା ହରିଶପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନଥିବାରୁ କିଛି ଦିନ ହେଲା ପଢା ଠପ୍ ହୋଇଯାଇଛି । ହେଲେ ସବୁଠୁ ବଡ଼ କଥା ହେଲା ସ୍ମୁଲ ଆସୁଥିବା ପିଲା ମାନେ ବହୁ ବିଶୃଙ୍ଖଳିତ ହୋଇପଡ଼ିଛନ୍ତି । ଶିକ୍ଷକ ଆନ୍ଦୋଳନରେ ମାତିଥିବା ବେଳେ ଏଠାରେ ବାହାରେ ବୁଲୁଛନ୍ତି ପିଲା । ଦିନକୁ ଦିନ ବିଦ୍ୟାଳୟ ବାତାବରଣ ମଧ୍ୟ ନଷ୍ଟ ହୋଇଯାଉଥିବା ଅଭିଯୋଗ ହୋଇଛି । ଏବେଠାରୁ ବିଦ୍ୟାଳୟ ପ୍ରତି ଧ୍ୟାନ ନଦେଲେ ଆଗକୁ ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ ଏଥିରେ ସନ୍ଦେହ ନାହିଁ ।