ଶୁଖି ଯାଉଛି କେନ୍ଦ୍ରାପଡା ପାଟକୁରାର ଜୀବନରେଖା । ଶୁଖିଲା ପଡିଛି ଚତ୍ରୋତ୍ପଳା ନଦୀ ପଠା,ଜୀବିକା ହରାଇ ଚିନ୍ତାରେ ଚାଷୀ

77

କନକ ବ୍ୟୁରୋ : ନଦୀର ଧାରେ ଧାରେ ବହୁଛି ପାଣି । ଶୁଖିଲା ବାଲି ପଠାରେ କ୍ରିକେଟ୍ ଖେଲୁଛନ୍ତି ସ୍ଥାନୀୟ ପିଲା । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକର ଲାଇଫଲାଇନ୍ କୁହାଯାଉଥିବା ଚିତ୍ରୋତ୍ପଳା, ପାଈକା ନଦୀ ଶୁଖି ଯାଉଛି । ପୂର୍ବରୁ ଏହି ସମୟରେ ପୂର୍ଣ୍ଣଗର୍ଭା ରହୁଥିଲା ନଦୀ, ଏବେ କିନ୍ତୁୁ ସୁଖିଲା ପଡିଛି । ଦିନକୁ ଦିନ ଜଳସ୍ତର କମୁଥିବାରୁ ନଦୀ କୁଳରେ ବସବାସ କରୁଥିବା ହଜାର ହଜାର ଲୋକେ ଉକ୍ରଟ ପାଣି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ଚିତ୍ରୋତ୍ପଳା ଓ ପାଇକା ନଦୀରେ ବର୍ଷା ଚାରିମାସ ପାଣି ରହୁଥିବା ବେଳେ ଖାରା ଦିନେ ସମ୍ପୁର୍ଣ୍ଣ ଶୁଖି ଯାଉଛି । ଉପରମୁଣ୍ଡରୁ ନଦୀରେ ଜଳପ୍ରବାହ କମିଯାଉଥିବାରୁ ନଦୀର ଏଭଳି ସ୍ଥିତି ସୃଷ୍ଟି ହେଉଛି    । ନଦୀ ଗୋଟିଏ ଧାରରେ ବହୁଥିବାରୁ ଡଙ୍ଗା ଶୁଖିଲା ବାଲିରେ ପଡିଛି । ଆଉ ମତ୍ସ୍ୟଜୀବୀ ରୋଜଗାର ହରାଇ ଭୋକ ଉପାସରେ ଘରେ ହାତ ବାନ୍ଧି ବସିଛି ।

ନଦୀ ଶଯ୍ୟାକୁ ଖୋଳି ବ୍ୟାରେଜ୍ ନିର୍ମାଣ କରି ସମୁଦ୍ରକୁ ବହିଯାଉଥିବା ଜଳକୁ ଅଟକା ଗଲେ ଏହି ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି କୁହାଯାଉଛି ।