ଜାତୀୟ ଜନସଂଖ୍ୟା ପଞ୍ଜିକାକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଏନଆରପି ପଛରେ ଷଡଯନ୍ତ୍ରର ଗନ୍ଧ ବାରିଲେ ବିରୋଧୀ । ଜାଣନ୍ତୁ କ’ଣ ଏହି ଏନପିଆର୍ ।

405

କନକ ବ୍ୟୁରୋ : ନ୍ୟାସନାଲ ପପୁଲେସନ ରେଜିଷ୍ଟର ଅର୍ଥାତ ଜାତୀୟ ଜନସଂଖ୍ୟା ପଞ୍ଜିକାକୁ ଆଜି ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ଏଥିରେ ଦେଶରେ ରହୁଥିବା ସମସ୍ତ ଲୋକଙ୍କ ଚିହ୍ନଟ ପାଇଁ ଏକ ଡାଟାବେସ୍ ପ୍ରସ୍ତୁତ ହେବ । ଏହି ଡାଟାବେସରେ ଜନସଂଖ୍ୟା ସହ ବାୟୋମେଟ୍ରିକ ସୂଚନା ମଧ୍ୟ ରହିବ । ଏଥିପାଇଁ ୩ ହଜାର ୯୪୧ କୋଟି ଟଙ୍କା ମଞ୍ଜୁର କରିଛି କ୍ୟାବିନେଟ୍ । ତେବେ ଏନଆରପି ପଛରେ ଷଡଯନ୍ତ୍ରର ଗନ୍ଧ ବାରିଛନ୍ତିି ବିରୋଧୀ ।

ନାଗରିକତା ଆଇନ ଆସିବା ପରେ ଦେଶବ୍ୟାପି ଜାରି ରହିଛି ବିରୋଧ । ଆଉ ଏହାରି ଭିତରେ ଦେଶରେ ଜାତୀୟ ଜନସଂଖ୍ୟା ପଞ୍ଜିକାକୁ ଅପଡେଟ୍ କରିବା ପାଇଁ ଏନପିଆରକୁ ଆଜି ମଞ୍ଜୁର ଦେଇଛନ୍ତି ମୋଦି ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଥିରେ ମୋହର ବାଜିଛି । ଆସନ୍ତା ବର୍ଷ ଏପ୍ରିଲ ମାସରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲିବ ଗଣନା ।

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପି ବିରୋଧ ଜାରି ରହିଥିବାବେଳେ ନ୍ୟାସନାଲ ପପୁଲେସନ ରେଜିଷ୍ଟର ବା ଏନପିଆରକୁ ମଞ୍ଜୁରି ଦେଇଛି କେନ୍ଦ୍ର କ୍ୟାବିନେଟ୍ । ଏଥିରେ ଦେଶରେ ରହୁଥିବା ସମସ୍ତ ଲୋକଙ୍କ ଚିହ୍ନଟ ପାଇଁ ଏକ ଡାଟାବେସ୍ ପ୍ରସ୍ତୁତ ହେବ । ଏହି ଡାଟାବେସରେ ଜନସଂଖ୍ୟା ସହ ବାୟୋମେଟ୍ରିକ ସୂଚନା ମଧ୍ୟ ରହିବ । ଏହି ପ୍ରକ୍ରିୟା ୨୦୨୦ ଏପ୍ରିଲ ମାସରୁ ଆରମ୍ଭ ହେବ । ଏଥିପାଇଁ ୩ ହଜାର୯୪୧ କୋଟି ଟଙ୍କା ମଞ୍ଜୁର କରିଛି କ୍ୟାବିନେଟ୍ ।

ଅନ୍ୟପଟେ ଏହା ପଛରେ ଷଡଯନ୍ତ୍ରର ଗନ୍ଧ ବାରିଛନ୍ତିି ବିରୋଧୀ । ବିରୋଧୀଙ୍କ କହିବା ଅନୁସାରେ ଏନଆରସି ପୂର୍ବରୁ ଏନପିଆର ପ୍ରସ୍ତୁତ କରିବା ଆବଶ୍ୟକ । ଏଆଇଆଇଏମ ସାଂସଦ ଅସଦୁଦ୍ଦିନ ଓବେସୀ କହିଛନ୍ତି ଏନଆରସି ଓ ଏନପିଆର ମଧ୍ୟରେ ସେଭଳି କିଛି ପାର୍ଥକ୍ୟ ନାହିଁ । ତେବେ ଏହାକୁ ଖଣ୍ଡନ କରିଛି ବିଜେପି ।

ଏବେ ଆସନ୍ତୁ ଦେଖିବା କଣ ଏହି ନ୍ୟାସନାଲ ପପୁଲେସନ ରେଜିଷ୍ଟର..

– ଏନପିଆରରେ ଦେଶରେ ରହୁଥିବା ସମସ୍ତ ଲୋକଙ୍କ ତାଲିକା ରହିବ
– ନାଗରିକ ଅଧିନିୟମ ୧୯୫୫ ଆଧାରରେ ଆଂଚଳିକ, ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରସ୍ତୁତ ହେବ ।
– ଯେ କୌଣସି ଲୋକ ଗୋଟିଏ ସ୍ଥାନରେ ୬ମାସ ବା ଏହାଠାରୁ ଅଧିକ ସମୟ ରହିଥିଲେ ତାଙ୍କୁ ସେହି ସ୍ଥାନରେ ନିଶ୍ଚିତ ଭାବେ ତାଲିକାଭୁକ୍ତ କରାଯିବ ।
– ୨୦୧୦ରେ ସରକାର ଦେଶର ରହୁଥିବା ଲୋକମାନଙ୍କୁ ଚିହ୍ନଟ ପାଇଁ ଏହାର ଆରମ୍ଭ କରିଥିଲେ ।

ଏନପିଆର ଓ ଏନଆରସି ଭିତରେ ପାର୍ଥକ୍ୟ ହେଉଛି

– ଏନଆରସି କେବଳ ଦେଶର ନାଗରିକଙ୍କ ତାଲିକା ହୋଇଥିବାବେଳେ ଏନପିଆରରେ ଦେଶରେ ଯେକୌଣସି ଲୋକ ୬ମାସରୁ ଅଧିକ ସମୟ ରହିଥିବେ, ସେ ଏହି ତାଲିକାଭୁକ୍ତ ହେବେ ।

ନାଗରିକତା ସଂଶୋଧନ ଆଇନ୍ ଓ ଏନଆରସିକୁ ନେଇ ପ୍ରତିବାଦ ଥମିନଥିବାବେଳେ କେନ୍ଦ୍ର ସରକାରଙ୍କ ଏନପିଆରକୁ ମଞ୍ଜୁରି ଦେବା ବିରୋଧୀଙ୍କୁ ସନ୍ଦେହରେ ପକାଇଛି ।