‘ହଁ ମୁଁ ଜେଲରୁ ବସି ରଚିଥିଲି ଷଡଯନ୍ତ୍ର’ ଉମେଶ ପାଲ ହତ୍ୟା ମାମଲାରେ ଅତିକର ଦୋଷ ସ୍ୱୀକାର

427

କନକ ବ୍ୟୁରୋ: ଅତିକ ମହମ୍ମଦ ନିଜ ପୁଅ ଅସଦ ଏବଂ ସୁଟର ଗୁଲାମର ମୃତ୍ୟୁ ପରେ ଭାଙ୍ଗିପଡିଛି । ଅତିକ ନିଜର ଭୁଲ ମାନିନେଇଥିବା ବେଳେ ସେ ହତ୍ୟାକାଣ୍ଡର ପୂରା ପ୍ରସ୍ତୁତି କରିଥିବା କହିଛି । ରିମାଣ୍ଡ କପି ଅନୁସାରେ, ଅଭିଯୁକ୍ତ ଅତିକ ଅହମ୍ମଦ ୨୦୨୩ ଅପ୍ରେଲ ୧୨ ତାରିଖରେ ନିଜ ବୟାନରେ କହିଛି ଯେ, ମୁଁ ଉମେଶ ପାଲ ହତ୍ୟାକାଣ୍ଡର ପୂରା ଷଡଯନ୍ତ୍ର ଜେଲ ଭିତରୁ ରଚିଥିଲି ।

ସେହିଭଳି ଅତିକ ନିଜ ପତ୍ନୀ ସାଇସ୍ତା ସହ ସାକ୍ଷାତ ବେଳେ ତାକୁ ନୂଆ ମୋବାଇଲ ତଥା ସିମ ଦେଇଥାନ୍ତା । ଏଥିରେ ଜଣେ ସରକାରୀ ବାବୁ ସାମିଲ ଥିବା ସେ କହିଛି । ତାଙ୍କ ଜରିଆରେ ହିଁ ମୋବାଇଲ ଏବଂ ସିମ ଜେଲ ଭିତରେ ପହଞ୍ଚିବାର ଥିଲା । ଏହା ସହ ଜେଲରେ ବନ୍ଦ ଥିବା ଅସରଫକୁ ମଧ୍ୟ ଜେଲରେ ମୋବାଇଲ ଏବଂ ସିମ ଦେବାର ପୂରା ଯୋଜନା ପ୍ରସ୍ତୁତ ହୋଇଥିଲା ।

ଅତିକ ପୋଲିସକୁ କହିଛି ଯେ, ଆମେ ଜେଲରୁ ହିଁ ଉମେଶ ହତ୍ୟାର ପୂରା ଯୋଜନା ପ୍ରସ୍ତୁତ କରିଛୁ । ସାଇସ୍ତା ସୂଚନା ଦେଇଥିଲା ଯେ, ଉମେଶ ସହିତ ୨ ଜଣ ଗନମ୍ୟାନ ମଧ୍ୟ ରହିଛନ୍ତି । ପ୍ରଥମେ ଉମେଶ ପାଲର ସୁରକ୍ଷାରେ ସାମିଲ ଥିବା ପୁଲିସକୁ ମାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅର୍ଥାତ ପୋଲିସ ଉପରେ ଆକ୍ରମଣ କରିବାର ପୂରା ଯୋଜନା ପୂର୍ବ ନିର୍ଦ୍ଧାରିତ ଥିଲା । ତେଣୁ ବର୍ତ୍ତମାନ ସ୍ପଷ୍ଟ ହୋଇସାରିଛି ଯେ ଉମେଶ ପାଲ ହତ୍ୟାକାଣ୍ଡରେ ଅତିକ ଏବଂ ଅସରଫ ସାମିଲ ରହିଥିଲେ, ଏହା ସହ ସାଇସ୍ତା ପରବିନର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା । ବର୍ତ୍ତମାନ ସାଇସ୍ତା ଫେରାର ରହିଛି । ତାକୁ ଧରିବା ପାଇଁ ଅନେକ ଟିମର ଗଠନ କରାଯାଇଛି । ପ୍ରୟାଗରାଜ ପୋଲିସ ପାଖରେ ସୂଚନା ରହିଛି ଯେ ସାଇସ୍ତା ନିଜ ପୁଅ ଅସଦ ସହ କେଉଁଠାରେ ଅଛି । ପୋଲିସ ଏବେ ମଧ୍ୟ ସେମାନଙ୍କୁ ଖୋଜିବାରେ ଲାଗିଛି ।